‘ଚା’ ପିଇବା ର ଅଭ୍ୟାସ ରଖୁଛନ୍ତି କି ? ଏହି ୪ଟି ଅସୁବିଧା ର ସମ୍ମୁଖିନ ହୋଇପାରନ୍ତି

ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁୁବନେଶ୍ୱର :-ଏହି ୪ଟି ଅସୁବିଧା ର ସମ୍ମୁଖିନ ହୋଇପାରନ୍ତି । ଏମିତି କିଛି ଘର ରହିଛି ଯେଉଁଠି ଚା ‘ ହୋଇ ନଥାଏ ବା ବିନା ଚା ‘ ବିନା ଜଳଖିଆ ହୋଇଥାଏ । ସ୍ବାସ୍ଥ୍ୟ ପାଈଁ କ୍ଷତିକାରକ ଅଟେ ।ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟ ରେ ଚା ପିଇ ଆପଣ ନିଜ ପେଟ ରେ ସିଧାସଳଖ କ୍ଷତି ପହଂଚାଉଛନ୍ତି ।ଏହା ଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢିବାର ସମ୍ଭାବନା ଥାଏ ।
୧.ଖାଲି ପେଟରେ କ୍ଷୀର ଚା’ ପିଅନ୍ତୁ ନାହିଁ ।ଖାଲି ପେଟରେ କ୍ଷୀର ମିଶା ଚା’ ପିଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୋଇଥାଏ । ଏବଂ ଚା’ ରେ କ୍ଷୀର ମିଶିବା ଦ୍ୱାରା ଆଣ୍ଟିଅକ୍ସିଡ଼େଣ୍ଟ ର ପ୍ରଭାବ କମିଯାଏ ।
୨. କମ କ୍ଷୀର ରେ ମଧ୍ୟ ଚା’ ପିଉଛନ୍ତି, ଏହା ମଧ୍ୟ କ୍ଷତିକାରକ ଅଟେ । ଷ୍ଟେନଡ ଚା’ ପାଚନ ତନ୍ତ୍ର କୁ କ୍ଷତି ପହଞ୍ଚାଇଥାଏ ।
୩. ଆପଣ ଭାବୁଛନ୍ତି କି ଖାଦ୍ୟ ଖାଇସାରିବା ପରେ ପିଉଛନ୍ତି ତଥାପି ଆପଣ ସମସ୍ୟା ର ବାହରେ ନୁହନ୍ତି ଚା’ରେ ଟେଟିନ୍ ଥାଏ । ଯାହା ଆହାର ରେ ଥିବା ଆୟାରନ୍ ସହ ପ୍ରଭାବ ପକାଇଥାଏ ।ଏଥିପାଇଁ ଖାଇବା ପରେ ଚା ପିଇବା ଦ୍ବାରା ପୋଷକ ତତ୍ଵ ନଷ୍ଟ ହୋଇଥାଏ
୪. ଯଦି ଆପଣ ଦିନରେ ୪ରୁ ୫ ଥର ଚା ପିଉଛନ୍ତି ଏହି ଅଭ୍ୟାସ ତ୍ୟାଗ କରନ୍ତୁ । ଅଧିକା ଗରମ ଚା’ ପିଇବା ମଧ୍ୟ ଭଲ ନୁହେଁ । ଏହାଦ୍ୱାରା ଖାଦ୍ୟ ନଳୀ ରେ କ୍ୟାନ୍ସର ହେବାର ସମସ୍ୟା ବଢ଼ି ଯାଇଥାଏ ।