ବିଜେଡ଼ିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ସଦର ମହକୁମା ଠାରେ ଆଜି ବିଜେଡିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ପଡ଼ିଆ ବ୍ଲକ ବିଜେଡ଼ି ସଭାପତି ଏମ୍ ଡି ଫାରୁକଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଉପସ୍ଥିତିରେ ଏହି ଅସ୍ଥାୟୀ ବିଜେଡ଼ି କାର୍ଯ୍ୟାଳୟର ଉଦଘାଟିତ ହୋଇଯାଇଛି ।

ଏହି ଅବସରରେ ବିଭିନ୍ନ ପଞ୍ଚାୟତର କଂଗ୍ରେସ ଓ ଭାଜପା ଦଳର କର୍ମୀ ମାନେ ନିଜ ନିଜ ଦଳ ଛାଡି ବିଜେଡି ଦଳରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।