ସବୁ ଅଙ୍କ ଭୁଲ୍ ହୋଇଗଲା ,ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପ୍ରାର୍ଥୀ କରି ଚକ୍ ମା ଦେଖାଇଲା ବିଜେଡି, ଆଶ୍ଚର୍ଯ୍ୟ ଆଶାୟୀ, ହତଚକିତ ବିଜେପି

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :->  ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜୁଜନତା ଦଳ। ତେବେ ଏହି ତାଲିକାରେ ବହୁ ପ୍ରତୀକ୍ଷିତ ଯାଜପୁର ଜିଲ୍ଲାର ବଡଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଏପରି ପ୍ରାର୍ଥୀଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଛି ଯାହା ଫଳରେ ଏଠାରେ ଆଶାୟୀ ଥିବା ଅନେକ ଆଶାୟୀଙ୍କୁ ହତ ଚକିତ କରିଥିଲା ବେଳେ ବିରୋଧୀ ବିଜେପିର ହୃଦ କମ୍ପନ ସୃଷ୍ଟି ହୋଇଛି । ଏଠାରେ ୬ ଥରର ବିଧାୟକ ଥିବା ଅମର ପ୍ରସାଦ ଶତପଥୀ ଙ୍କୁ ଦଳ ପ୍ରାର୍ଥୀ କଲାନି ସତକଥା କିନ୍ତୁ ଏହି ନିର୍ବାଚନମଣ୍ଡଳୀରୁ ବିଜୁ ଜନତା ଦଳର ଏକାଧିକ ଆଶାୟୀଙ୍କ ମୁହଁ ଏକପ୍ରକାର ବନ୍ଦ କରିଦେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଅପର ପକ୍ଷରେ ଏଠାରେ ଏକାଧିକ ଆଶାୟୀ ଥିବା କାରଣରୁ ଯାହାକୁ ବି ପ୍ରାର୍ଥୀ କଲେ ଗୋଛିକଟା କଟିରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ସମ୍ଭାବନା ଅଧିକ ଥିବା କାରଣରୁ ବହୁ ମାନସ ମନ୍ଥନ ପରେ ଦଳ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ତେବେ ଏଠାରେ ଆଶାୟୀ ଥିବା ବିଧାୟକ ଅମର ଶତପଥିଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମଜୟ ଲେଙ୍କାଙ୍କ ସହିତ କଂଗ୍ରେସ ଛାଡ଼ି ଗତ ଦୁଇ ଦିନ ତଳେ ବିଜେଡିରେ ଯୋଗଦେଇ ଶଙ୍ଖ ଫୁଙ୍କିଥିବା କ୍ଯାପ୍ଟେନ ରାଜନାରାୟଣ ମହାପାତ୍ରଙ୍କ ସହିତ ଅନ୍ୟ କିଛି ଆଶାୟୀ ବର୍ତ୍ତମାନ କଣ କରିବେ ତାହା କୁ ନେଇ ଆଲୋଚନା ଜୋର ଧରିଛି । ସେହିପରି ବିଜେପି ପୁର୍ବରୁ ଏଠାରେ ଗତଥରର ପ୍ରାର୍ଥୀ ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗତ ଥର ଅପେକ୍ଷା ତାଙ୍କର ଏଠାରେ ବର୍ତ୍ତମାନ ସଂଗଠନ ଆଗପରି ନଥିବା ଆଲୋଚନା ହେଉଛି ।

ଏପରିକି ଅମର ଶତପଥୀ ଯେ ହେତୁ ଗତ ନିର୍ବା ଚନରେ ଅଳ୍ପ ଭୋଟରେ ଜିତିଥିଲେ ଏଥର ବିଜେଡି ଅମର ପ୍ରସାଦ ଶତପଥୀଙ୍କୁ ପ୍ରାର୍ଥୀ କଲେ ଯେହେତୁ ତାଙ୍କ ବିରୋଧରେ ଜନମତ ଅଧିକ ଥିବାର ଫାଇଦା ନେବା ଆଶାରେ ଶ୍ରୀ ନାୟକ ରହିଥିଲେ। କିନ୍ତୁ ବିଜେଡି ଏଠାରେ ବର୍ଷାଙ୍କୁ ପ୍ରାର୍ଥୀ କରି ଦଳର ଆଶାୟୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ବେଳେ ବିରୋଧୀ ବିଜେପିକୁ ଚକ୍ ମା ଦେଇଥିବା ପ୍ରତୀୟମାନ ହେଉଛି । ସୂଚନାଯୋଗ୍ୟ କଂଗ୍ରେସ ବର୍ତ୍ତମାନ ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ । (ଶରତ ନାୟକ ଓ ଜୟକାନ୍ତ ରାଉତଙ୍କ ରିପୋର୍ଟ)