ବିରୋଧୀ ଦଳର ୭୦ ରୁ ଉର୍ଦ୍ଧ୍ୱ ନେତା ବିଜେଡିରେ ଯୋଗ ଦେଲେ, ନବୀନ ଓ ଅରୁଣ ପ୍ରେମରେ ବିରୋଧୀ

ବାଘେରା, ମର୍ଦ୍ଦରାଜପୁର, କୃଷ୍ଣପ୍ରସାଦ ଓ ଚମ୍ପ ତ୍ତିପୁରର ବିରୋଧୀ ନେତା ବିଜେଡିରେ

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅଧୀକ ଶକ୍ତିଶାଳୀ ହେଉଛି ବିଜେଡି । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଶିବିର । ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ, ଉନ୍ନତୀ ଓ ସମାଜ ସଂସ୍କାରର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଆଗାମୀ ସାଧାରଣ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ଭୋଟର ମତଦାନ କରିବାକୁ ଥିବା ବେଳେ ବିଜେଡି ଯୁବ ଓ ମହିଳା ଭୋଟରଙ୍କୁ ପ୍ରାଧ୍ୟାନ୍ୟ ଦେଉଛି । ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର‌୍ୟ୍ୟାଳୟରେ ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତର ୨୬ ରୁ ଉର୍ଦ୍ଧ୍ୱ ବିଜେପି ନେତା ବିଜେଡିରେ ଯୋଗ ଦେଇଥିବା ବେଳେ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଓ ମର୍ଦ୍ଦରାଜପୁର ଗ୍ରାମର ୩୩ ଜଣ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ଏଥି ସହିତ ଲାଠିପଡ଼ା ଗ୍ରାମ ପଞ୍ଚାୟତ କୃଷ୍ଣପ୍ରସାଦ ଗ୍ରାମର ୧୨ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମର ନନ୍ଦ କିଶୋର ମହାପାତ୍ର, ଅଇଁଠା ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ମହାପାତ୍ର, ସରୋଜ ମହାପାତ୍ର, ସଦାଶିବ ମହାପାତ୍ର, ଗୋପିନାଥ ମହାପାତ୍ର, ଟୁନା ମହାପାତ୍ର, ବିଜୁ ମହାପାତ୍ର, ପ୍ରମୋଦ ମହାପାତ୍ର, ଜଡ଼ା ନାୟକ, ନିତ୍ୟାନନ୍ଦ ନାୟକ, ଟିକନ ବେହେରା, ଅକ୍ରୁର ନାୟକ, ଶ୍ୟାମ ବେହେରା, ରୁଦ୍ର ମହାପାତ୍ର, ଜମ୍ବେଶ୍ୱର ମହାପାତ୍ର, ଶରତ ଚନ୍ଦ୍ର ସାହୁ ଓ ଭଗବାନ ପରିଡା ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ଭାବେ ଲାଠିପଡ଼ା ଗ୍ରାମ ପଞ୍ଚାୟତର କୃଷ୍ଣପ୍ରସାଦ ପ୍ରଧାନ ସାହିର ଭାଗିରଥି ପ୍ରଧାନ, ପଞ୍ଚୁ ଜେନା, ଆଲୋକ ପ୍ରଧାନ, ଦିପୁ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ଦଣ୍ଡଧର ପ୍ରଧାନ,

ମାନସ ବିଶ୍ୱାଳ, ସୁଶାନ୍ତ ପ୍ରଧାନ, ଆଲୋକ ପ୍ରଧାନ, ନରୋତମ ପ୍ରଧାନ, ପ୍ରତାପ ପ୍ରଧାନ ଓ ରବିନ୍ଦ୍ର ପ୍ରଧାନ ବିଜେଡିରେ ଯୋଗ ଦେଇଛନ୍ତି । ବିରୁଡ଼ା ଗ୍ରାମ ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମର ସନାତନ ସ୍ୱାଇଁ, ସ୍ୱାଧୀନ ସ୍ୱାଇଁ, ଯୋଗେନ୍ଦ୍ର ସ୍ୱାଇଁ, ବେଣୁଧର ସ୍ୱାଇଁ, ବନମାଳୀ ବିଶ୍ୱାଳ, ନର୍ସିଂ ସାହୁ, ଡାକ ମଣ୍ଡଳ, ସୁବାଷ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ଗୋବର୍ଦ୍ଧନ ସ୍ୱାଇଁ, ଗୋପାଳ ସ୍ୱାଇଁ ଓ ଛବିନ୍ଦ୍ର ବେହେରା ବିଜେଡିରେ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ବିଜେଡି ନେତ୍ରୀ ଇରାନୀ ରାୟ, ବିଜେଡ଼ି ଜିଲ୍ଲା ଉପ ସଭାପତି ପଦ୍ମଚରଣ ଉଦୟଭାନୁ, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, ନିରଞ୍ଜନ ବିଧାର, ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।