କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇଛି : ୩ ଲୋକସଭା ଆସନ – ୧୬ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇଛି । ଏଥିରେ ୩ ଲୋକସଭା ଆସନ ଏବଂ ୧୬ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ରହିଛି । କେନ୍ଦୁଝର ଲୋକସଭା ଆସନ ସମେତ କଣ୍ଟାମାଳ, ଜୟଦେବ, କବିସୂର୍ଯ୍ୟନଗର ବିଧାନସଭା ଆସନର ପ୍ରାର୍ଥୀ ବଦଳିଛନ୍ତି । ପୂର୍ବରୁ ଘୋଷିତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ଜାଗାରେ ବିନୋଦ ବିହାରୀ ନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଣ୍ଟାମାଳ ବିଧାନସଭା ଆସନରେ ମନୋଜ କୁମାର ଆଚାର୍ଯ୍ୟଙ୍କ ଜାଗାରେ ଶରତ ପ୍ରଧାନ,

ଜୟଦେବ ଆସନରେ ଜୟନ୍ତ କୁମାର ଭୋଇଙ୍କ ଜାଗାରେ କୃଷ୍ଣ ସାଗରିଆ, କବିସୂର୍ଯ୍ୟନଗରରେ ବିପିନ ବିହାରୀ ସ୍ୱାଇଁଙ୍କ ଜାଗାରେ ସଞ୍ଜୟ କୁମାର ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି । କେନ୍ଦ୍ରାପଡ଼ାରୁ ଶ୍ରୀମତୀ ସିପ୍ରା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନିମାପଡ଼ାରୁ ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରାଯାଇଛି । ଝାରସୁଗୁଡ଼ାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ, ଜୟଦେବରୁ କୃଷ୍ଣ ସାଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ ପାଇଛନ୍ତି ଟିକେଟ୍ ।

୧ ଲୋକସଭା, ୩ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଲେ

ଲୋକସଭା ପ୍ରାର୍ଥୀ  

ସମ୍ବଲପୁର– ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର– ବିନୋଦ ବିହାରୀ ନାୟକ, ଆସ୍କା– ଦେବକାନ୍ତ ଶର୍ମା

ବିଧାନସଭା ପ୍ରାର୍ଥୀ

ଝାରସୁଗୁଡ଼ା– ଅମିତା ବିଶ୍ୱାଳ ,ବଡ଼ସାହି– କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦା– ବିଭୁ ଭୂଷଣ ରାଉତ, କଣ୍ଟାମାଳ– ସୁରତ କୁମାର ପ୍ରଧାନ , କେନ୍ଦ୍ରାପଡ଼ା– ସିପ୍ରା ମଲ୍ଲିକ, ରାଜନଗର– ଅଶୋକ ପ୍ରତିହାରୀ ,ମହାକାଳପଡ଼ା– ଲୋକନାଥ ମହାରଥୀ, ନିମାପଡ଼ା– ସିଦ୍ଧାର୍ଥ ରାଉତରାୟ ,

ପିପିଲି– ଜ୍ଞାନ ରଞ୍ଜନ ପଟ୍ଟନାୟକ ,ଜୟଦେବ-କୃଷ୍ଣ ସାଗରିଆ ,ଖୋର୍ଦ୍ଧା– ସୋନାଲି ସାହୁ ,ଚିଲିକା– ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡ଼ା– ମନୋଜ କୁମାର ପ୍ରଧାନ ,ଦଶପଲ୍ଲା– ନକୂଳ ନାୟକ ,କବିସୂର୍ଯ୍ୟନଗର – ସଞ୍ଜୟ କୁମାର ମଣ୍ଡଳ , ଗୋପାଳପୁର– ଶ୍ୟାମ ସୁନ୍ଦରଗଡ଼ ସାହୁ .