ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା : ୯ ଜଣଙ୍କ ନାଁ ଘୋଷଣା ହୋଇଛି

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :-> ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ବି ୯ ଜଣଙ୍କ ନାଁ ଘୋଷଣା ହୋଇଛି । ପାଞ୍ଚ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ଶତପଥୀ, ଶଶୀଭୂଷଣ ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କର ଟିକେଟ୍ କଟିଛି ।

ଅମର ଶତପଥୀଙ୍କ ଜାଗାରେ ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ଶଶୀ ବେହେରାଙ୍କ ଜାଗାରେ ଗଣେଶ୍ୱର ବେହେରା, ସିମୁଳିଆରେ ଜ୍ୟୋତି ପାଣିଗ୍ରାହୀଙ୍କ ଜାଗାରେ ସୁଭାଷିନୀ ସାହୁ, ଆନନ୍ଦପୁରରେ ଭାଗିରଥୀ ସେଠୀଙ୍କ ଜାଗାରେ ଅଭିମନ୍ୟୁ ସେଠୀ ଏବଂ ଚମ୍ପୁଆରେ ମିନାକ୍ଷୀ ମହାନ୍ତଙ୍କ ଜାଗାରେ ସନାତନ ମହାକୁଡ଼ଙ୍କୁ ଟିକେଟ୍ ମିଳିଛି ।

କିଏ କେଉଁ ଆସନରୁ ପ୍ରାର୍ଥୀ

ଚିଲିକା – ରଘୁନାଥ ସାହୁ, ଆନନ୍ଦପୁର– ଅଭିମନ୍ୟୁ ସେଠୀ, ସାରସକଣା– ଦେବାଶିଷ ମାରାଣ୍ଡି , କରଞ୍ଜିଆ– ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ,ରେମୁଣା– ଶ୍ରୀମତୀ ବିଦ୍ୟାସ୍ମିତା ମହାଳିକ
ସିମୁଳିଆ– ଶ୍ରୀମତୀ ସୁଭାଷିନୀ ସାହୁ,ବଡ଼ଚଣା– ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ ,କେନ୍ଦ୍ରାପଡ଼ା– ଗଣେଶ୍ୱର ବେହେରା, ଚମ୍ପୁଆ– ସନାତନ ମହାକୁଡ଼.