ମାହାଙ୍ଗା ବ୍ଲକ୍ : ପୋଡାମରେଇ ପଞ୍ଚାୟତ ରୁ ୬୦ ରୁ ଉର୍ଦ୍ଧ୍ବ କର୍ମୀ – ଦୁଇ ଜଣ ୱାର୍ଡ ମେମ୍ବର ବି.ଜେ.ପି ଦଳ ଛାଡ଼ି ବି.ଜେ.ଡି ଦଳରେ ମିଶିଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଶାନ୍ତି, ମୈତ୍ରୀ, ଉନ୍ନତୀ ଓ ସମାଜ ସଂସ୍କାରର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି ।

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପୋଡାମରେଇ ପଞ୍ଚାୟତ ରୁ ୬୦ ରୁ ଉର୍ଦ୍ଧ୍ବ କର୍ମୀ ଓ ଦୁଇ ଜଣ ୱାର୍ଡ ମେମ୍ବର ବିଜେପି ଦଳ ଛାଡ଼ି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ର ସ୍ୱଚ୍ଛ ଶାସନ ଓ ଓଡ଼ିଶା ର ପୂର୍ବତନ ମନ୍ତ୍ରୀ ତଥା ଜନ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ ଲୋକାଭିମୁଖୀ କାର୍ଯ୍ୟ , ମାହାଙ୍ଗା ରେ ଉନ୍ନତୀ ମୂଳକ କାର୍ଯ୍ୟ, ସୂ ସଂଗଠନ ଓ ସମସ୍ତ ମାହାଙ୍ଗା ବାସୀ ଙ୍କ ପାଖରେ ସୁଖ ରେ ଦୁଃଖରେ ପହଞ୍ଚିବା ଦେଖି ସେମାନେ ସମସ୍ତେ ସ୍ଵ ଇଚ୍ଛା ରେ ଆସି ବିଜେଡି ଦଳରେ ମିଶି ଥିଲେ ।

ଏହା ପରେ ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ କହିଥିଲେ ଯେ ମୁଁ ଆଜି ଠାରୁ ପୋଡାମରେଇ ପଞ୍ଚାୟତ ର ସମ୍ପୂର୍ଣ୍ଣ ଦାୟିତ୍ଵ ଓ ସମସ୍ତ ଉନ୍ନତୀ ମୂଳକ କାର୍ଯ୍ୟ କରିବା ପାଇଁ ଜବାବ ଦେଇଥିଲେ । ପଞ୍ଚାୟତ ରେ କିଭଳି ଭାବରେ ସଂଗଠନ ରହିବ ଓ କିଭଳି ଏକ ମନରେ ମିଶିକି ରହିବେ ସେ କଥା ମଧ୍ଯ କହିଥିଲେ । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି ।

ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେପି ଶିବିର । ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି , ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଶାନ୍ତି, ମୈତ୍ରୀ, ଉନ୍ନତୀ ଓ ସମାଜ ସଂସ୍କାରର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଆଗାମୀ ସାଧାରଣ ନିର୍ବାଚନରେ ୨ ଲକ୍ଷ ୬୭ ହଜାର ୬୯୪ ଭୋଟର ମତଦାନ କରିବାକୁ ଥିବା ବେଳେ ବିଜେଡି ଯୁବ ଓ ମହିଳା ଭୋଟରଙ୍କୁ ପ୍ରାଧ୍ୟାନ୍ୟ ଦେଉଛି । ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି ।