ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନ୍ଦୁସାଗର ଉତ୍ତରେଶ୍ଵର ଘାଟରେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ତରଫରୁ ତିଳ ତର୍ପଣ , ରାମ ଧୂନ୍ ଏବଂ ଏକ ସମୃଦ୍ଧ, ସସକ୍ତ ଓ ସ୍ବାଭିମାନ “ନବୀନ ଓଡ଼ିଶା” ଗଢ଼ିବା ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମସ୍ତ ପଦାଧିକାରୀ ମାନଙ୍କୁ ଦୃଢ଼ ଶପଥ ଗ୍ରହଣ ପାଠ କରାଇଥିଲେ ।

 

ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ମେୟର ସୁଲୋଚନା ଦାସ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ,ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସ୍ଥାନୀୟ କର୍ପୋରେଟର ଶିବ ପ୍ରସାଦ ମହାପାତ୍ର,ନୃପେସ ନାୟକ, ଚନ୍ଦ୍ରଶେଖର ମଲ୍ଲିଆ, ସମସ୍ତ କର୍ପୋରେଟର ,ସରପଞ୍ଚ, ସମିତି ସଭ୍ୟ,ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।