ନାମଯଜ୍ଞ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ମୁଣ୍ଡୋଦହାର ଗାଁ ରେ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ଶୁଭ ସ୍ତମ୍ଭ ସ୍ଥାପନା। ଉକ୍ତ ଶୁଭ ସ୍ତମ୍ଭ ସ୍ଥାପନ ରେ ପୁରୋହିତ ସୁଶାନ୍ତ ଯୋଶୀ ଶର୍ମା ଓ ସଂଜୀବ କୁମାର ଯୋଶୀ ପୂଜକ ଥିବା ବେଳେ ଯଜ୍ଞ କର୍ତ୍ତା ବଂଶୀଧର ମେହେର ଓ ତାଙ୍କ ଧର୍ମପତ୍ନୀ ଲତା ମେହେର ଦାୟାତ୍ୱ ସମ୍ପାଦନ କରିଛନ୍ତି। ଉକ୍ତ ନାମ ଯଜ୍ଞ ଟି ନିଆରା ଢଙ୍ଗରେ ହଇଥାଏ ଗାଁ ମାନଙ୍କରେ ମଣ୍ଡପ ପ୍ରସ୍ତୁତ କରି ନାମ ଯଜ୍ଞ କରିଥାନ୍ତି।

କିନ୍ତୁ ଏହି ନାମ ଯଜ୍ଞ ଟି ମଣ୍ଡପ ରେ ହଇଥାଏ କିନ୍ତୁ ମଣ୍ଡପ ମଝିରେ ଗୋଟିଏ ଗଛରେ ମଣ୍ଡପ ପ୍ରସ୍ତୁତ କରିଥାନ୍ତି।ଓ ମଣ୍ଡପ ଟି ଛତ। ପରି ତିଆରି କରି ମଣ୍ଡଳୀ ଟି ଘୂର୍ଣ୍ଣନ କରିଥାନ୍ତି। ଉକ୍ତ ନାମ ଯଜ୍ଞ ଆସନ୍ତା ୨ ୬ ତାରିଖ ଠାରୁ ୨୯ ତାରିଖ ଦୀର୍ଘ ଚାରିଦିନ ଧରି ଅନୁଷ୍ଠିତ ହେବ। ଗ୍ରାମ୍ୟ ସଭାପତି ଇନ୍ଦ୍ରମଣି ମେହେର ସମ୍ପାଦକ ଜଗ ଦିଶ ଭୋଇ, ଗ୍ରାମ ଗୌନ୍ତିଆ ଶାନ୍ତନୁ କୁମାର ଭୋଇ, ଗୌତମ ପରା ଭୁଏ, ଦେବରାଜ ପରା ଭୁଏ,

ଅକ୍ଷୟ କୁମାର ଭୋଇ, ହରେରାମ ଭୋଇ ଶିବ ରାମ ଭୋଇ , ଦେବାର ମେହେର, କପୁର ଚନ ପୁଟେଲ , ଧରଣୀ ଧରି ଭୋଇ, ମିତ୍ର ପୁଟେଲ ଅରୁଣ ଭୋଇ, ବେଣୁଧର କରୁଆ, ରାଧାକାନ୍ତ ବନ ଗୁଳା , ମହାଜନ ନାଏକ, ଚନ୍ଦ୍ର ମେହେର କିଶୋର୍ ବଗେ ପ୍ରମୁଖ ଗ୍ରାମ ବାସୀ ଉପସ୍ଥିତ ଥିଲେ ।ଉକ୍ତ ନାମ ଯଜ୍ଞ ମୁଣ୍ଡୋଦହର ଗ୍ରାମ ବାସୀଙ୍କୁ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ।