ସାରା ଦଶପଲ୍ଲା ପାଲଟିଛି ଅଯୋଧ୍ୟା, ଚାରିଆଡେ ରାମରାଜ୍ୟ ର ମହକ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା  :->  ଉତ୍ସବ ମୁଖର ସାରା ଦଶପଲ୍ଲା , ଚାରିଆଡେ ଭକ୍ତିମୟ ପରିବେଶ । ପ୍ରଭୂ ମର୍ଯ୍ୟଦା ପୁରୁଷୋତ୍ତମ ଓ ତିନିଭ୍ରାତାକଂ ଜନ୍ମ ପରେ କୁଂଜବନ କଳାଗ୍ରାମ ଦଶପଲ୍ଲା ସତେ ଯେମିତି ପାଲଟି ଯାଇଛି ଅଯୋଧ୍ୟା । ଚାରିଆଡେ ରାମରାଜ୍ୟର ଅନୁଭବ । ଚତୁର୍ବେଦ ଋପି ଚାରିପୁତ୍ରକୁଂ ପାଇ , ଆତ୍ମବିଭୋର୍ ହୋଇଯାଇଛନ୍ତି ରାଜା ଦଶରଥ । ଏହି ପବିତ୍ର ଅବସରରେ ସାରା ଅଯୋଧ୍ୟା ରୂପକ ଦଶପଲ୍ଲା ରେ ଊତ୍ସବ କରିବାକୁ ଆଦେଶ ଦେଇଛନ୍ତି ରାଜା ଦଶରଥ ।

ପ୍ରଭୁ ମର୍ଯ୍ୟଦା ପୁରୁଷୋତ୍ତମ କଂ ଜନ୍ମନୀତି ପରେ ପ୍ରଭୂ ରାମଚନ୍ଦ୍ର କଂ ବିଜେ ପ୍ରତିମା ଏକ ବର୍ଣ୍ଣଢ୍ୟ ଯାତ୍ରାଂଗୀ ଶୋଭାଯାତ୍ରାରେ ବାହାରି, ପ୍ରଥମେ ଦଶପଲ୍ଲା ମହାରାଜା କଂ ରାଜବାଟି ପରିସରରେ ଷୋଡ଼ଶ ଉପଚାରରେଆ ପୂଜାହୋଇ ଭୋଗ ଖାଇବାପରେ , ସମଗ୍ର କୁଂଜବନ ଲୋକକଳାଗ୍ରାମ ପରିକ୍ରମା କରି , ପ୍ରତି ଦ୍ବାରେ ଦ୍ବାର ଠାକୁର ବିଜେ କରି ଭୋଗ ଖାଇଥିଲେ ।

ଏହି କ୍ରମରେ ଦଶପଲ୍ଲା ତହସିଲଦାର ଓ ଦଶପଲ୍ଲା ଥାନା ପରିସରରେ ଠାକୁର ଭୋଗଖାଇବା ସହିତ , ରାଜା ଦଶରଥ ଥାନାଧିକାରୀ ଓ ତହସିଲଦାର କୁଂ ଲଂକାପୋଡି ଯାତ୍ରା ନିର୍ବିଘ୍ନ ଓ ଶାନ୍ତି ଶୃଙ୍ଖଳା ର ସହିତ ସପାପନ କରିବାକୁ ଆଦେଶ ପ୍ରଦାନ କରିଥିଲେ । ଏହି ଅବସରରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ରୁଣ୍ଡିଭୂତ ହୋଇଥିଲେ ।