ଗାଡିରୁ ଲୁଟିଲେ ବ୍ୟାଟେରୀ ଓ ତେଲ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ  :->  ବୈରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଛତିଆ କଲେଜ ନିକଟରୁ ଦୃବର୍ତ୍ତମାନେ ଠିଆ ହୋଇଥିବା ଏକ ବଲକର ଟ୍ରକ୍ ରୁ ତେଲ ସହିତ ଗାଡ଼ି ର ଦୁଇଟି ବ୍ୟାଟେରୀ ଲୁଟି ନେଇଥିବା ଛତିଆ ବିଟ୍ ହାଉସ୍ ରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଓ. ଡି ୦୫ ଆର୍ ୭୫୫୫ ନମ୍ବର ବିଶିଷ୍ଟ ବଲକର୍ ଟ୍ରକ୍ କୁ ଛତିଆ ଇଚ୍ଛା ନଗର ପାଟଣା ଗ୍ରାମର ଗାଡି ଚାଳକ ସହଦେବ ବାରିକ ରାତି ଦୁଇଟା ରେ ୧୬ ନଂ ଜାତୀୟ ରାଜପଥ ଛତିଆ କଲେଜ ନିକଟରେ ଗାଡ଼ି ରଖି ଘରକୁ ଯାଇଥିଲେ ।

କିଛି ସମୟ ପରେ ଘରୁ ଆସି ଦେଖିଥିଲେ ତାଙ୍କ ଗାଡିରୁ କିଛି ଲୋକ କରୁଛନ୍ତି । ଏହା ଦେଖି ତୁରନ୍ତ ତାଙ୍କୁ ବିରୋଧ କରି ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାଙ୍କ ଗାଡି ଠାରୁ କିଛି ଦୂରରେ ଥିବା ଏକ ସ୍କର୍ପିଓ ଗାଡିରୁ ହଟାତ ପାଞ୍ଚ ଜଣ ଯୁବକ ଆସି ତାଙ୍କୁ ମାଡ ମାରି ଗାଡିରୁ ଟାଙ୍କି କାଟି ତେଲ ଓ ବ୍ୟାଟେରୀ ନେଇ ଉକ୍ତ ସ୍କର୍ପିଓ ଗାଡିରେ ଚମ୍ପଟ ମାରିଥିଲେ । ଏନେଇ ଛତିଆ ବିଟ୍ ହାଉସ୍ ରେ ଅଭିଯୋଗ କରିଥିବା ଜଣାପଡିଛି ।