ଅପହୃତ ୪ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରି ମାକୁ ଦେଲା କଟକ ସଦର ପୋଲିସ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  ଅପହୃତ ୪ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରି ମାକୁ ଦେଲା କଟକ ସଦର ପୋଲିସ । ୧୭ ଏପ୍ରିଲ ୨୦୨୪ ( ଓଡିଶା ତାଜା ନିୟୁଜ ) କଟକ , ଆଠ ଘଣ୍ଟା ମଧ୍ୟରେ ଅପହୃତ ଶିଶୁ ପୁତ୍ରକୁ ଉଦ୍ଧାରକରି କଟକ ସଦର ପୋଲି ମା କୁ ହସ୍ତାନ୍ତର କଲା । କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡା ବାଲିସାହି ଅଞ୍ଚଳରେ ଭଡ଼ା ଘର ନେଇ ରହୁଥିବା , କଟକ ଜିଲ୍ଲା ମାହାଙ୍ଗା ଥାନା ତଳ ନହଙ୍ଗ ଗ୍ରାମର ଉଷାରାଣୀ ଜଟ ନାମକ ଜଣେ ମହିଳା, ମଙ୍ଗଳବାର ଦିନ ନିଜର ଏକ ୪ ବର୍ଷର ଶିଶୁ ପୁତ୍ରକୁ ସାଥିରେ ଆଣି କଟକ ସଦର ଥାନା ଗୋପାଳପୁର ନିକଟସ୍ଥ ଦଣ୍ଡା ମହାବୀର ସାଇ ମନ୍ଦିର ପାଖରେ ଏକ ବିଲଡିଙ୍ଗରେ କାମ କରୁଥିଲା ।

ସେହି ବିଲଡିଙ୍ଗକୁ କାମ କରିବାକୁ ଆସିଥିବା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗୟଳଭର ଗ୍ରାମର ଦାମୋଦର ମାରାଣ୍ଡି ନାମକ ଜଣେ ବ୍ୟକ୍ତି ଉଷାରାଣୀର ୪ ଶିଶୁ ପୁତ୍ର ଦିପ୍ତିରଞନକୁ ସାଥିରେ ନେଇ ଚାଲି ଯାଇଥିଲା । ଶିଶୁ ପୁତ୍ରର ମା ପୁଅକୁ ନପାଇ କଟକ ସଦର ଥାନାକୁ ଆସି ଏବିଷୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଯୋନ-୪ ଏସିପି ଉମାକାନ୍ତ ପ୍ରଧାନ କଟକ ସଦର ଥାନା ଆଇ ଆଇସି ଜଗନ୍ନାଥ ମଲ୍ଲିକ ଶିଶୁ ପୁତ୍ରକୁ ଉଦ୍ଧାର କରିବାପାଇଁ ସବ ଇନିଷପେକ୍ଟର କ୍ରୀଷ୍ଣା ବରାଳ, ଏସଆଇ ଚତ୍ତ ରଞ୍ଜନ ସାହୁ , ଏସ ଆଇ ବିକ୍ରମ ବେହେରା, ଏସଆଇ ଭାଷ୍କର ପ୍ରଧାନ, ଏସଆଇ ଶ୍ରୀ ସାସମଲକୁ କଟକର ଵିଭିନ୍ନ ସ୍ଥାନକୁ ପଠାଇଥିଲେ ।

ସଂପୃକ୍ତ ଅଫିସର ମାନେ ବିଭିନ୍ନ ସ୍ଥାନ ଖୋଜା ଖୋଜି କରିବା ପରେ ଶିଶୁ ପୁତ୍ରକୁ ନେଇ ଯାଇଥିବା ଦାମୋଦର ମାରାଣ୍ଡି ଏବଂ ଶିଶୁପୁତ୍ରଟିକୁ ସାଧା ପୋଷାକରେ ଥିବା ଏ ଏସଆଇ ଭାଷ୍କର ପ୍ରଧାନ ତାଳଦଣ୍ଡା କେନାଲ ନିକଟସ୍ଥ ଚାଉଳିଆଗଞ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରୁ ଉଦ୍ଧାରକରି ଥାନାକୁ ଆଣିଥିଲେ । ଆଜି ଅପହରଣ କରି ନେଇଥିବା ଦାମୋଦରକୁ କୋର୍ଟ ଚାଲାଣ କରାଯାଇଛି । ଆଠ ଘଣ୍ଟା ଭିତରେ ଉଦ୍ଧ ଅପହୃତ ଶିଶୁ ପୁତ୍ରକୁ କଟକ ସଦର ପୋଲିସ ମା ଉଷାରାଣୀକୁ ହସ୍ତାନ୍ତରକରିଛନ୍ତି । ଶିଶୁ ପୁତ୍ରକୁ ଫେରି ପାଇବା ପରେ ଉଷାରାଣୀ ଏନେଇ କମିଶନରେଟ ପୋଲିସ, କଟକ ସଦର ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କୁ କୃତଞତା ଜଣାଇଛନ୍ତି ।