ନୃସିଂହ ପାର୍ବତୀ ଫାଉଣ୍ଡେସନ ପକ୍ଷରୁ ଜଳ ସେବା କେନ୍ଦ୍ର ଉଦଘାଟିତ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଛକଠାରେ ନୃସିଂହ ପାର୍ବତୀ ଫାଉଣ୍ଡେସନ ପକ୍ଷରୁ ରାମ ନବମୀ ଅବସରରେ ଏକ ଜଳସେବା କେନ୍ଦ୍ର ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲା ଯାଇଛି । ଏହାକୁ ସକାଳ ଚା ଖଟିଫୁଲନଖରା କଟକ ଭୁବନେଶ୍ୱର ର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଉଦଘାଟନ କରିଥିଲେ ।

ଉକ୍ତ ଉଦଘାଟନୀ ଉତ୍ସବରେ ସକାଳ ଚା ଖଟିର ସଦସ୍ୟ ତଥା ନୃସିଂହ ପାର୍ବତୀ ଙ୍କ ସାନ ପୁଅ ଟୁନା ଜେନା , ପ୍ରଦିମ୍ୟୁନ ଜେନା , ସୁକଦେବ ଜେନା, ଅନାଥ ଜେନା, ପାଣ୍ଡବ ଜେନା, କାନନ ବିହାରୀ ନାୟକ, ସୁଧୀର ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି, ଟିଟନ ସାହୁ,

ବିନୟ କୁମାର ଜେନା, ଆଲୋକ କୁମାର ଜେନା , କୃଷ୍ଣ ଚନ୍ଦ୍ର ଭୋଇ, କରିମ ସା, ଗଗନ ବିହାରୀ ପାଢ଼ୀ, ଅନିଲ କୁମାର ମହାନ୍ତି, ମୁକ୍ତିକାନ୍ତ ମହାପାତ୍ର, ପ୍ରଦୀପ କୁମାର ଦାସ, ବିଭୁତି ଭୁଷଣ ତରାଇ, ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ପଥଚାରୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ବିତରଣ କରାଯାଇଥିଲା ।