ବିପୁଳ ପରିମାଣର ମଦ ଓ ପୋଚ ଜବତ 

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବେଗୁନିଆ  :-> ଖୋର୍ଦ୍ଧା ଜିଲ୍ଲା ସଦର ଅବକାରୀ ବିଭାଗ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ ବିପୁଳ ପରିମାଣର ମଦ ଓ ପୋଚ ଜବତ କରି ନଷ୍ଟ କରିଛି । ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲା ସଦର ରେଞ୍ଜ ଅବକାରୀ ବିଭାଗ  ନିରୀକ୍ଷକ ସନ୍ତୋଷ କୁମାର ସାହୁ

ଓ ବେଗୁନିଆ ଅବକାରୀ ବିଭାଗ ଉପ ନିରୀକ୍ଷକ ଏନ ଜାଗିନ ରାଓଙ୍କ ସମେତ କର୍ମଚାରୀ ମାନେ ଅତର୍କିତ ଭାବେ ବରପଦା ଜଙ୍ଗଲ ଓ ରାସୋଳସ୍ଥିତ ପାହାଡ ପାର୍ଶ୍ବରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସମୟରେ ଚଢାଉ କରି ୬୨ ଶହ ଲିଟର ପୋଚ ଓ ୧୩ ଶହ ଲିଟର ଦେଶୀ ମଦ ସମେତ ବ୍ୟବହୃତ ସାମଗ୍ରୀ ଜବତ କରି ନଷ୍ଟ କରିଛନ୍ତି ।

ଏହି ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଥାନା ଉପନିରୀକ୍ଷକ ସୁଦର୍ଶନ ବିଷୋୟୀ,ସହକାରୀ ଉପନିରୀକ୍ଷକ ରାଜେନ୍ଦ୍ର ସେସ, ରତ୍ନାକର ଜାଲି, ବେଗୁନିଆ ଅବକାରୀ ଥାନା ସହକାରୀ ଉପନିରୀକ୍ଷକ ବିରଂଚି ନାରାୟଣ ରାଉତ, ସିପାହୀ ଚିନ୍ମୟୀ ସେଠୀ, ସ୍ଵପ୍ନାରାଣୀ ବେହେରା, ବିକାସ କୁମାର ରାଉତ,ସାନନ୍ଦ କୁମାର କୁଅଁର, ମନୋଜ କୁମାର ଜୟସିଂହ ଓ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।