ବମ୍ଫକୁଦ ଠାରେ ବିଜେଡ଼ିର ମିଶ୍ରଣ ପର୍ବ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମଙ୍ଗଳବାର ଅପରାହ୍ନରେ ସିଏମସି ୫୯ ନମ୍ବର ୱ।ର୍ଡ଼ର ବମ୍ଫକୁଦ ଗ୍ରାମର ଏକ କମ୍ୟୁନିଟି ଗୃହର ପୂଜା କାର୍ଯ୍ୟ କ୍ଲବର ଯୁବକ ମାନଙ୍କ ପକ୍ଷରୁ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟରେ ଯୋଗଦେବା ପାଇଁ ଗ୍ରାମର ଯୁବକ ମାନଙ୍କ ପକ୍ଷରୁ ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ବିଧାୟକ ଶ୍ରୀ ବେହେରା ଅପରାହ୍ନ ୩ଟାରେ ବମ୍ଫକୁଦ ଗ୍ରାମରେ ପହଞ୍ଚିଥିଲେ । ଗ୍ରାମର ଯୁବକ ଏବଂ ମୁରବୀ ମାନେ ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇ କମ୍ୟୁନିଟି ହଲ ନିକଟକୁ ପିଛୋଟି ଆଣିଲେ । ସେଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ୫୯ ନମ୍ବର ୱ।ର୍ଡ଼ ବିଜେଡ଼ି ସଭାପତି ଞାନରଞନ ସାହୁ,

ଆମଣ ପଞ୍ଚାୟତର ବିଜେଡି ସଭାପତି ବିପ୍ର ଚରଣ ଭୋଳଙ୍କ ଉପସ୍ଥିତିରେ ନୂଆ କାଚରାମାଳ, ବମ୍ଫକୁଦ, ରାମନଗର ଆଦି ଗ୍ରାମର ବହୁ ଯୁବକ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପକୁ ସମର୍ଥନ ଜଣାଇବା ସହିତ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ ଦୃଢ଼ ସମର୍ଥନ ଜଣାଇବା ସହିତ ବିଜେଡି ଦଳରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବହୁ ଯୁବକ ଅଂଶ ଗ୍ରହଣ କରିଥିଲେ ।