ଖପ୍ରାଖୋଲ ରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କୁ ଦଳୀୟ କର୍ମୀଙ୍କ ଭବ୍ୟ ସ୍ୱାଗତ ଓ ରୋଡ ସୋ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :->  ବଲାଙ୍ଗିର ଜିଲ୍ଲା ବିଜେଡ଼ି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କୁ ଖପ୍ରାଖୋଲ ବ୍ଲକ ର ଦଳୀୟ କର୍ମୀ ମାନେ ସୋମବାର ଭବ୍ୟ ସ୍ଵାଗତ କରିଥିଲେ। ଏହି ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ କର୍ମୀ ମାନେ ଏକତ୍ରିତ ହୋଇ ସିଂ ଭୋଇ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଏକ ଖୋଲା ଗାଡ଼ିରେ ରୋଡ ସୋ କରାଇଥିବା ବେକେ ମୋଟର ସାଇକେଲ ଶୋଭାଯାତ୍ରା ରେ ଖପ୍ରାଖୋଲ ମୁଖ୍ୟ ରାସ୍ତା ବୁଲାଇଥିଲେ। ପରେ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟ ଠାରେ ମଧ୍ଯ ସ୍ୱାଗତ କରିଥିଲେ ।

ଏହି ଅବସରରେ ପାଟଣାଗଡ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେର , ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ,ଉପାଧ୍ୟକ୍ଷ ସୁଖିରାମ୍ ସାଣ୍ଡ , ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର , ପ୍ରମିଳା ପାଥର , ରମେଶ ପଧାନ , ସତ୍ୟନାରାୟଣ ମେହେର ,ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ପବିତ୍ର ପଟେଲ, ବଂଶୀ ବେହେରା , ସୁଶୀଲ ପଧାନ , ଇନ୍ଦ୍ରମଣି ସାହୁ, ଟୁଲୁ ପ୍ରଧାନ, ବିକାଶ ଦାଶ,ରମେଶ ପାଢ଼ୀ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।