ବିପ୍ଳବୀ ଗୋବିନ୍ଦ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲାର ଗାନ୍ଧୀ ମଇଦାନ ରେ , ବିଷୁବ ମିଳନ ଏବଂ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୮ ତମ ଶ୍ରାଦ୍ଧ ବାର୍ଷିକୀ ତା ୧୪ ଏପ୍ରିଲ ୨୦୨୪ ରିଖରେ ତାଙ୍କ ଜନ୍ମଭୂମି ଦଶପଲ୍ଲା ଠାରେ ପାଳନ କରାଯାଇଛି । ସାହିତ୍ୟ ଅନୁଷ୍ଠାନ ଗଠନ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସହ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଷୁବ ମିଳନ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହୋଇଯାଇଛି ।

ପୂର୍ବାହ୍ନରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ସନ୍ଧ୍ୟାରେ କବିତା ପାଠୋତ୍ସବ ସହ ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡଃ ତପନ କୁମାର ପଣ୍ଡା,ଚିରଶ୍ରୀଇନ୍ଦ୍ରସି, ଡଃ ନାରାୟଣ ମହାପାତ୍ର, ବିପିନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅଲେଖ ସ୍ବାଇଁ ଙ୍କୁ ଶିକ୍ଷା ସମ୍ମାନ,ଶରତ କୁମାର ପ୍ରଧାନଙ୍କୁ କୃଷି ସମ୍ମାନ,ଭରତ ସାହୁ ଙ୍କୁ କଳାକାର ସମ୍ମାନ, ମୂରଲୀଧର ମହାରଣାଙ୍କୁ କବି ସମ୍ମାନରେ ସମ୍ବଦ୍ଧିତ କରାଯାଇଥିଲା । ସମ୍ପାଦକ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ।ପରିଚାଳନା କରିଥିଲେ ।