ବୈରୀ ଗ୍ରାମରୁ ହରିଣ ଉଧ୍ଯାର କଲେ ଜଙ୍ଗଲ ବିଭାଗ କର୍ମଚାରୀ

୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଚଣ୍ଡିଖୋଲ  :-> ଡାଳିଯୋଡା ବନାଅଞ୍ଚଳର ବୈରୀ ଗ୍ରାମରୁ ଏକ ହରିଣ ଉଧ୍ଯାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଆଜି ଶନିବାର ସକାଳ ୬ଟା ସମୟରେ ଗୋଟିଏ ହରିଣ ବୈରୀ ଜଙ୍ଗଲ ମଧ୍ୟରୁ ବାହାରି ଆସି ବୈରୀ ଗ୍ରାମ ଭିତରକୁ ପଶିଯାଇଥିଲା ।

ଗ୍ରାମ ବାସୀ ହରିଣକୁ ଦେଖି ଜଙ୍ଗଲ ବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ l ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହରିଣ କୁ ଧରିଥିଲେ। ପରେ ହରିଣକୁ ନିକଟସ୍ଥ ବୈରୀ ବନାଞ୍ଚଳ ମଧ୍ୟରେ ଛାଡି ଦେଇଥିବା ଖବର ମିଳିଛି l