ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚାଚରା ଭଟା ନୂତନ ପ୍ରାଥମିକ ବିଦ୍ୟାଳୟ କେନ୍ଦୁପଡା ରେ ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ଅବସର ପ୍ରାପ୍ତ ସ୍ଥାନୀୟ ଶିକ୍ଷକ ଭରତ ବିଶ୍ୱାଳ ଙ୍କୁ ଶନିବାର ଦିନ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I

ଅବସର କାଳୀନ ଉତ୍ସବ ରେ ସ୍କୁଲ ର ଶିକ୍ଷକ ଗଜେନ୍ଦ୍ର ଧରୁଆ ଓ ସ୍କୁଲ ଅଭିଭାବକ, ଗ୍ରାମ ବାସି ବୃନ୍ଦ ଉପସ୍ଥିତ ଥିଲେ I ଜଣେ ସଚୋଟ, ଆଦର୍ଶ, ଛାତ୍ର ବତ୍ସଲ ଶିକ୍ଷକ ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ I ସେ ଭାଲୁଡୁଙ୍ଗୁରି, କୁରଲୁମାଳ,

ଝାଲବାହାଲ,ପ୍ରଭୃତି ବିଦ୍ୟାଳୟ ରେ ଶିକ୍ଷା ଦାନ କରିସାରିଥିବା ବେଳେ ଚ ଚ ରା ଭଟା ନୂତନ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା ସାରି ଅବସର ଗ୍ରହଣ କରିଛନ୍ତି I ଶ୍ରୀଯୁକ୍ତ ବିଶ୍ୱାଳ ଙ୍କ ଘର ଭାଲୁଡୁଙ୍ଗୁରି ରେ ତାଙ୍କର ଅବସର କାଳୀନ ଜୀବନ ସୁଖ ରେ କଟୁ ବୋଲି ଈଶ୍ୱର ଙ୍କ ଠାରେ ପ୍ରାର୍ଥନା.