ପୁରୀ ପ୍ରଗତି ର ନିକଛ ଦୃଶ୍ୟ : ନୀଳାଦ୍ରି ପାର୍କ ନିକଟ ବିଚ ରେ କାଉ, କୁକୁର ଓ ବାଗମାନଙ୍କ ମହାମିଳନ

୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ପୁରୀ :-> ବିଶ୍ୱ ଐତିହ୍ୟ ସହର ହେବ ପୁରୀ | କୋଣାର୍କ କୁ ଟ୍ରେନ ଚାଲିବ | ସମୁଦ୍ରକୂଳେ ପ୍ଲେନ ଉଡ଼ିବ | ହେଲେ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବିଚ ର ଅବସ୍ଥା ଏବେ ସଂଗୀନ ହୋଇପଡିଛି | ସହର ର ଆବର୍ଜନା, ନଳାପାଣି, ମଳ ମୂତ୍ର, ମଲା କୁକୁର ବିଲେଇ ବାଙ୍କି ମୁହାଣ ଡ୍ରେନ ରେ ଭାସି ଭାସି ସିଧା ସଳଖ ସମୁଦ୍ର ପାଣି ରେ ମିଶୁଛି | ସମୁଦ୍ରକୂଳ ବାଲି କଳା ପଡ଼ିଗଲାଣି |

ନଳାପାଣି ପଙ୍କ ଯୋଗୁଁ ସେଠାରେ ଶହ ଶହ ବଗ, କାଉ, କୁକୁର ଏକତ୍ର ବସୁଥିବା ଦେଖିବାକୁ ମିଳୁଛି | ପଲିଥିନ, ଅଳିଆ, ଆବର୍ଜନା ଗଦା ହୋଇ ରହୁଛି | ନିକଟ ବସ୍ତି ମାନଙ୍କର ପାଇଖାନା ରୁ ସିଧା ଚାରି ଇଞ୍ଚିଆ ପ୍ଲାଷ୍ଟିକ ପାଇପ ବାଙ୍କୀମୁହାଁଣ ପୋଖରୀ ରେ ସଂଯୋଗ ହୋଇଥିବା ଦେଖିବାକୁ ମିଳୁଛି |

ବିଚ ରେ ମଲାକଇଁଛ ପଡ଼ିରହିଛି | କାଉ ମଲା କଇଁଛ ଉପରେ ବସି ମାଂସ ଥଣ୍ଟ ରେ ଭିଡି ଖାଉଥିବା ଦୃଶ୍ୟ ପର୍ଯ୍ୟଟକ ଦେଖୁଛନ୍ତି | ନଳାପାଣି ସିଧା ସମୁଦ୍ର ରେ ମିଶୁଛି | ଦୁର୍ଗନ୍ଧ ରେ ପର୍ଯ୍ୟଟକ ନାକରେ ରୁମାଲ ଦେଇ ଯାଉଥିବା ଦେଖିବାକୁ ମିଳୁଛି | ବିଚ କୁ ସମତଳ କରିବା ସହ ପରିସ୍କାର ପାଇଁ ଦାବି ହେଉଛି |