ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ : ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ       

୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ନୟାଗଡ :-> ନୟାଗଡ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଠାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ନୟାଗଡ଼ ଜିଲ୍ଲା ସ୍ତରୀୟ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରମୁଖ ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ବରେ କର୍ମଶାଳା ଆରମ୍ଭ ହୋଇଥିଲା ।

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ମହାସଚିବ ଡା.କରୁଣା କର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳାକୁ ଉଦଘାଟନ କରିଥିଲା ବେଳେ ସର୍ବ ପ୍ରଥମେ ମୁଖ୍ଯ ଅତିଥିଙ୍କ ଦ୍ବାରା ଛେନାପୋଡ଼ କାଟି ଓ ବାଣ୍ଟି ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଂସ୍ଥାନର ବରିଷ୍ଠ କାର୍ଯ୍ଯକର୍ତ୍ତା ଆଲୋକ ପ୍ରଭା ମହାନ୍ତି, ଗୌରାଙ୍ଗ ଚରଣ ପ୍ରଧାନ ଓ କୁରୁକ୍ଷେତ୍ର ଧାଙ୍ଗଣା ମାଝି ଯୋଗଦେଇ ବିଦ୍ୟାଳୟର ଶୈଖିକ ବ୍ଯବସ୍ଥା କିପରି ଶୃଙ୍ଖଳିତ ହେବ, ଶିଶୁ ମାନଙ୍କର ନୈତିକ ବୌଦ୍ଧିକ ଓ ଶାରିରୀକ ମାନସିକ ବିକାଶ ଦିଗରେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ ।

ଏହି କର୍ମଶାଳାରେ ଜିଲ୍ଲାର ପ୍ରତି ବ୍ଳକରୁ ୧୭ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସରକାରୀ ବିଦ୍ୟାଳୟ ଠାରୁ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଗୁଡିକ ଓଡ଼ିଶାରେ ଯେପରି ଶୀର୍ଷ ସ୍ଥାନରେ ଅଛି ଓ ରହିବ ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ୨୦୨୪ -୨୫ ଶିକ୍ଷା ବର୍ଷ ପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତି କରାଯାଇଥିଲା ।

ବିଦ୍ୟାଳୟର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ମାନେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ । ବୈଠକ ଅପରାହ୍ନ ରେ ଉଦ୍ ଯାପନ୍ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହ- ପ୍ରମୁଖ କାମରାଜ ବରାଡ, ଜିଲ୍ଲା ସହ-ସଂଯୋଜକ ଅବିନାଶ ସାହୁ,

କାର୍ଯ୍ଯକର୍ତ୍ତା ମନୋଜ କୁମାର ମହାପାତ୍ର,ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ପ୍ରଧାନ ଆଚାର୍ଯ୍ଯା ପ୍ରିୟମ୍ବଦା ମହାପାତ୍ର ସହଯୋଗ କରିଥିଲା ବେଳେ ସଂସ୍ଥାନର ନୟାଗଡ଼ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ। ।