୮୪୦କେଜି ଭାଗଂ ଜବତ ଦୁଇ ଗିରଫ  

୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ସଫଳତା।୮୪୦କେଜି ଭାଗଂ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ପୋଲିସ ମେଡିକାଲ ଛକ ନିକଟରେ ଚଢ଼ାଉ କରି୮୪୦କେଜି ଭାଗଂ ଜବତ କରିଥିବା ବେଳେ ଦୁଇ ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି।ଗିରଫ ବେପାରୀ ହେଲେ ନୟାଗଡ଼ ଜିଲ୍ଲା ଓଡଗାଁର ସନ୍ତୋଷ ପାତ୍ର ଓ କନ୍ଧମାଳ ରାଇକିଆ ର ମାଧବ ଦିଗାଲ । ଉଭୟଙ୍କ ନାମରେ ଆଜି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ପୋଲିସ ।