୬୭ତମ ଅଲ ଇଣ୍ଡିଆ ରେଲୱେ ଟି – ଟ୍ୱେଣ୍ଟି ପୁରୁଷ କ୍ରିକେଟ୍ ଚାମ୍ପିଅନସିପ୍ (ଏଲିଟ୍ ପୁଲ୍-ଏ)୨୦୨୩-୨୪ ଉଦଯାପିତ

ମେଟ୍ରୋ ରେଳ/ କୋଲକାତା, ଉତ୍ତର ପୂର୍ବ ରେଲୱେ ଏବଂ ଇଷ୍ଟକୋଷ୍ଟ ରେଲୱେ, ନକ୍ଆଉଟ୍ ଫେଜ୍ ପାଇଁ ଉତୀର୍ଣ୍ଣ।

୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :-> ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼ ଦ୍ୱାରା ଆୟୋଜିତ ୬୭ ତମ ଅଲ ଇଣ୍ଡିଆ ରେଲୱେ ଟି-ଟ୍ୱେଣ୍ଟି ପୁରୁଷ କ୍ରିକେଟ୍ ଚାମ୍ପିୟନଶିପ (ଏଲିଟ୍ ପୁଲ୍-ଏ) ୨୦୨୩-୨୪, ଉଦଯାପିତ ହୋଇଯାଇଛି। ମେଟ୍ରୋ ରେଳ/ କୋଲକାତା, ଉତ୍ତର ପୂର୍ବ ରେଲୱେ ଏବଂ ଇଷ୍ଟକୋଷ୍ଟ ରେଲୱେ, ନକ୍ଆଉଟ୍ ଫେଜ୍ ପାଇଁ ଉତୀର୍ଣ୍ଣ ହୋଇଚନ୍ଥି। ଏହି ଟୁର୍ନାମେଣ୍ଟ ମାର୍ଚ୍ଚ ୩୦ ତାରୀଖରେ ଆରମ୍ଭ ହୋଇଥିଲା।

ଆଜୀ ଶେଷ ଦିନର ପ୍ରଥମ ମ୍ୟାଚ୍,ଦକ୍ଷିଣ ପୂର୍ବ ରେଲୱେ ଏବଂ ମେଟ୍ରୋ ରେଳ/ କୋଲକାତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମେଟ୍ରୋ ରେଳ/କୋଲକାତା ଏହି ମ୍ୟାଚକୁ ୭ ୱିକେଟରେ ଜିତିଥିଲା। ମେଟ୍ରୋ ରେଲୱେର ଶ୍ରୀ ସୌରବ ସିଂ, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଦ୍ଵିତୀୟ ମ୍ୟାଚ୍, ପୂର୍ବତଟ ରେଲୱେ ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଲୱେ ଏହି ମ୍ୟାଚକୁ ୧୦ ରନରେ ଜିତିଥିଲା।

ଇଷ୍ଟକୋଷ୍ଟ ରେଳବାଇର ଶ୍ରୀ ସୂର୍ୟକାନ୍ତ ପ୍ରଧାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ତୃତୀୟ ମ୍ୟାଚ୍, ଉତ୍ତର ପୂର୍ବ ରେଲୱେ ଏବଂ ନର୍ଥ ଫ୍ରଣ୍ଟିୟର ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉତ୍ତର ପୂର୍ବ ରେଲୱେ ଏହି ମ୍ୟାଚକୁ ୧୫ ରନରେ ଜିତିଥିଲା। ଉତ୍ତର ପୂର୍ବ ରେଲୱେର ଶ୍ରୀ ଶିବ ରାଠୀ, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ, କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼, ସମସ୍ତ ଉତୀର୍ଣ୍ଣ ଦଳକୁ ଅଭିନନ୍ଦନ ଜଣାଇବା ସହ ନକ୍ଆଉଟ୍ ଫେଜ୍ ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ଏଲିଟ୍ ପୁଲ୍-ଏ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍, କ୍ରୀଡା ସଚିବ ଏମ୍ ଡି ଜାକିରୁଦ୍ଦିନ ତଥା ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟ ମାନଙ୍କ ‌ ଦ୍ୱାରା ଅନୁଷ୍ଠିତ ହୋଇଛି।