ଦୁର୍ଘଟଣାରେ ଆହତଙ୍କ ଉଦ୍ଧାକାରୀଙ୍କୁ ଏସ୍ପି କଲେ ପୁରସ୍କୃତ

୪ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଆର,ଉଦୟଗିରି ବ୍ଲକର ଆର,ଉଦୟଗିରି ସଦରମହର ଦୁଇ ପରୋଉପକାରୀ ବ୍ୟକ୍ତିତ୍ବଙ୍କୁ ଗଜପତି ଜିଲ୍ଲା ଏସ୍ପି ସ୍ବାତୀ କୁମାର ଏସ୍ ପୁରସ୍କୃତ କରିଛନ୍ତି । ଏହି ଦୁଇ ଜଣ ହେଉଛନ୍ତି ପରଉପକାରୀ। ଆର,ଉଦୟଗିରି ଅଞ୍ଚଳର ଯେ କୌଣସି ସ୍ଥାନରେ ସଡକ ଦୁର୍ଘଟଣା ଘଟିଲେ ସୁମନ ଓ ସଦାଶିବ ବିଳନ୍ଦ୍ର ନ କରି ସେଠାରେ ପହିଞ୍ଚି ଆହତମାନଙ୍କୁ ତୁରନ୍ତ ଚିକିତ୍ସା ତଥା ନିକଟ ଚିକିତ୍ସାଳୟରେ ଆବଶ୍ୟକୀୟ ସେବା ବନ୍ଦୋବସ୍ତ କରି ମୂଲ୍ୟବାନ ଜୀବନ ବଞ୍ଚାଇଥାନ୍ତି ।

ଏପରିକି ଜିଲ୍ଲାରେ ଘଟିଥିବା ସଡକ ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ସାହାଯ୍ୟ ଯୋଗାଇ ଦେବାରେ ସେ ସକ୍ରିୟ ରହିଥାନ୍ତି । ତାଙ୍କର ଏପରି କାର୍ଯ୍ୟ ଓ ସେବା ମନୋଭାବ ପାଇଁ ଜିଲ୍ଲା ସୁରକ୍ଷା ସମିତି ପକ୍ଷରୁ ଏସ୍ପିଙ୍କ ତରଫରୁ ମାନପତ୍ର ସହ ୨ ହଜାର ଚେକ ପ୍ରଦାନ କରି ସମ୍ମାନିତ କରାଯାଉଛି ।

ସୁମନ ଓ ସଦାଶିବ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି, ଏହି ଅଞ୍ଚଳରେ ଯେତେଥର ଦୁର୍ଘଟଣା ହୋଇଛି ଆମେ ସେଠାରେ ପହିଞ୍ଚି ଆହତମାନଙ୍କୁ ମେଡିକଲ ପହଞ୍ଚାଉ । କିଛି ମାସ ତଳେ ଘୋରଣା ଘଟି ଠାରେ ଏକ ବାଇକ୍ ଦୁର୍ଘଟଣା ହୋଇଥିଲା ସେହି ଖବର ସୁଣି ସେଠାରେ ପହିଞ୍ଚି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଫୋନ କରିଥିଲୁ ବର୍ଷା ହୋଇଥିରୁ

ଆମ୍ବୁଲାନ୍ସ ଲେଟ୍ କରିବାରୁ ଆମେ ଆହତ ନେଇ ମେଡିକଲ ଜଇନି କରିଥିଲୁ । ଆବଶ୍ୟକ ହେଲେ ଆହତଙ୍କୁ ଆର୍ଥିକ ସହାୟତା ଦେଇ ଅଧିକ ଚିକିତ୍ସା ପାଇଁ ପାରଳାଖେମଣ୍ଡି କିମ୍ବା ଚନ୍ଦ୍ରଗିରି ଓ ବ୍ରହ୍ମପୁର ପଠାଇବା ପାଇଁ ସାହାର୍ଯ୍ୟ କରୁ ବୋଲି କହିଥିଲେ ।