କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ର ପ୍ରସ୍ତୁତ – ରଥୀ ପ୍ରସ୍ତୁତ

ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କୋରାପୁଟ  :-> ଭୋଟ ପାଇଁ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଥିବା ବେଳେ ତିନି ପ୍ରମ୍ମୁଖ ଦଳର ରଥୀ ମଧ୍ଯ ପ୍ରସ୍ତୁତ ହୋଇସାରିଛନ୍ତି । ରାୟଗଡ଼ା ଜିଲ୍ଲାର ତିନୋଟି ଓ କୋରାପୁଟ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ କୁ ନେଇ ଗଠିତ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ । ରାୟଗଡା ଜିଲ୍ଲାର ବିଷମକଟକ , ଗୁଣୁପୁର , ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର , କୋରାପୁଟ , ପଟ୍ଟାଙ୍ଗୀ ଓ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ।

ଏହି ଆସନ ପାଇଁ ଶାସକ ବିଜେଡ଼ି ସହିତ ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେଡି ପକ୍ଷରୁ ଏଠାରେ ପୁର୍ବତନ ସାଂସଦ ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରାଯାଇଥିଲା ବେଳେ ବିଜେପିରୁ ନୂଆକରି କାଲିରାମ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି । କୌଶଲ୍ୟା ଗତ ୨୦୧୯ ଲୋକସଭା ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇ ସପ୍ତଗିରି ଉଲ୍ଲାକା ଙ୍କ ଠାରୁ ୩,୬୧୩ ଖଣ୍ଡ ଭୋଟ୍ ରେ ପରାସ୍ତ ହୋଇଥିଲେ । ସେହିପରି ସପ୍ତଗିରି ଉଲ୍ଲାକା ଙ୍କୁ କଂଗ୍ରେସ ଏଠାରେ ପୁଣି ପ୍ରାର୍ଥୀ କରିଛି । ସେହିପରି ବିଜେପି ଏଠାରେ ଜଣେ ନୂଆ ଚେହେରାକୁ ପ୍ରାର୍ଥୀ କରିଛି ।

ଗତ ନିର୍ବ ଚନରେ ଏଠାରୁ ଦଳ ପୁର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଶ୍ରୀ ପାଙ୍ଗି ବର୍ତ୍ତମାନ କଂଗ୍ରେସରେ । ବିଜେପି ଏଠାରେ ଗତ ନିର୍ବ ଚନରେ ତୃତୀୟ ସ୍ଥାନରେ ରହିଥିଲା । ଏବଂ ଶ୍ରୀ ପାଙ୍ଗି ପାଇଥିଲେ ୨,୦୮୩ ୯୮ ଖଣ୍ଡ ଭୋଟ । ଆଗାମୀ ୨୫ ତାରିଖରେ ଏଠାରେ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହେବାକୁ ଥିବା ବେଳେ ଏଠାରେ ଭୋଟ ହେବ ମେ ୧୩ ତାରିଖରେ । ହାତରେ ଆଉ ପାଖାପାଖି ୪୦ ଦିନ ରହିଲା ।

ସମୟ ଯଥେଷ୍ଠ ଅଧିକ ଥିବାରୁ ପ୍ରାର୍ଥୀ ମାନେ ସେମାନଙ୍କ ଲୋକସଭା କ୍ଷେତ୍ରରେ ବୁଲି କର୍ମୀଙ୍କୁ ଭେଟିବା ସହିତ ସଂଗଠିତ କରି ଭୋଟରଙ୍କ ନିକଟତର ହୋଇ କାର୍ଯ୍ୟ କରିବା ପାଇଁ ମଧ୍ଯ ଯଥେଷ୍ଟ ସମୟ ରହିଛି । କହିବାକୁ ଗଲେ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଥିବା ବେଳେ ରଥୀ ମାନେ ମଧ୍ଯ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଲଢେଇ କିପରି ହେଉଛି ତାହା ଦେଖିବାକୁ ବାକି ରହିଲା ।