ବିଜେଡ଼ିରେ ଶୋଭନ ମିଶିଲେ ଭୁଶୁଡିଯିବ ମାହାଙ୍ଗା ବିଜେଡି – ବାଜି ମାରିନେବ ବିଜେପି

ଶୋଭନ ଙ୍କ ଲୋକପ୍ରିୟତା ମାହାଙ୍ଗାରେ ନଥିବାରୁ ନିର୍ବାଚନ ଲଢ଼ିଲେ ହାରିବା ଏକ ପ୍ରକାର ନିସ୍ଛିତ …!!

ମାହାଙ୍ଗା ରେ ଯେଉଁ ମାନେ ବିଜେଡ଼ି କୁ ଦୀର୍ଘ ୧୫ ବର୍ଷ ଧରି ବଦନାମ କରି ଅଶାନ୍ତି ସୃଷ୍ଟି କରୁଛନ୍ତି, ସେହି ମାନକୁ ମୁଖ୍ୟ ଅସ୍ତ୍ର କରି ବିଧାୟକ ପ୍ରତାପ ଜେନାଙ୍କୁ ବଦନାମ କରି ମହାଙ୍ଗାରୁ ବିତାଡିତ ପାଇଁ ଯୋଜନା କରିଛନ୍ତି .

୨୯ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ମାହାଙ୍ଗା :-> ଦୀର୍ଘ ଦିନଧରି ଭାରତୀୟ ପ୍ରଶାସନିକ ଅଧିକାରୀ ପଦରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପି ଥିବା ଶୋଭନ କର ବିଜେଡି ରେ ମିଶିବା ପାଇଁ ବିଭିନ୍ନ ମହଲରେ ଲବି କରୁଥିବାବେଳେ ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋରରେ ଧରିଛି, ହେଲେ ପ୍ରକୃତ ବିଜେଡି କର୍ମୀ ଓ ନେତାଙ୍କ ଠାରୁ ଦୂରେଇ ରହି ବିଜେଡି ବିରୋଧୀ ମାନକୁ ହାତବାରିଷୀ କରି ମାହାଙ୍ଗା ବିଜେଡି ବିରୁଦ୍ଧରେ ଗୋଟିଚଳନା କରୁଥିବା ଶୋଭନ ଙ୍କ ଅସଲ ମୁଖା ବଡଚଣା ସୀମାନ୍ତରେ ବଂଧୁମିଳନ ଉତ୍ସବରେ ଦେଖିବାକୁ ମିଳିଥିଲା,

ଯେଉଁ ନ୍ୟାୟ ପାଇଁ ସାରା ରାଜ୍ୟରେ ବିଜେଡି ସରକାର ଓ ନେତାଙ୍କୁ ଦାୟୀ କରି ଦିଲ୍ଲୀପ ସାହୁ ବିଜେଡି କୁ ନିଲାମ କରୁଥିଲେ ଏହି ମହୋଦୟ ଶୋଭନଙ୍କ ହେଉଛନ୍ତି ମୁଖ୍ୟ ସହଯୋଗୀ, ମାହାଙ୍ଗାରେ ବିଜେଡି ନେତୃମଣ୍ଡଳୀକୁ ବଦନାମ କରି ରାଜ୍ୟ ନେତୃମଣ୍ଡଳୀ ଙ୍କ ନିକଟରେ ସୁନା ପୁଅ ସାଜିଥିବା ଶୋଭନ ଭିତରେ ବିଜେପି ପ୍ରୀତି ଏଥିରୁ ସ୍ପଷ୍ଟ ବାରିହେଉଛି, ମାହାଙ୍ଗା ରେ ଯେଉଁ ମାନେ ବିଜେଡ଼ି କୁ ଦୀର୍ଘ ୧୫ ବର୍ଷ ଧରି ବଦନାମ କରି ଅଶାନ୍ତି ସୃଷ୍ଟି କରୁଛନ୍ତି ସେହି ମାନକୁ ମୁଖ୍ୟ ଅସ୍ତ୍ର କରି ବିଧାୟକ ପ୍ରତାପ ଜେନାଙ୍କୁ ବଦନାମ କରି ମହାଙ୍ଗାରୁ ବିତାଡିତ ପାଇଁ ଯୋଜନା କରିଛନ୍ତି,

 

ପ୍ରତାପ ଙ୍କ ନେତୃତ୍ୱରେ ମାହାଙ୍ଗା ବିଜେଡି ର ଗଡ଼ ପଲଟିଥିବା ବେଳେ ଯଦି ଶୋଭନ ମାହାଙ୍ଗାରେ ବିଜେଡି ମଙ୍ଗ ଧରିବାକୁ ସୁପ୍ରିମୋ ଦାଇତ୍ୱ ଦିଅନ୍ତି ତେବେ ମାହାଙ୍ଗା ବିଜେଡି ସମ୍ପୂର୍ଣ ଭୁଶୁଡି ଯିବାର ସମ୍ଭାବନା ଦେଖାଦେଇଛି, ଯେଉଁ ମାନକୁ ଶୋଭନ ସାଙ୍ଗରେ ଧରି ମାହାଙ୍ଗା ରେ ରାଜନୀତି କରୁଛନ୍ତି ସେଇମାନଙ୍କର ସମ୍ପର୍କ ବିଜେପି ନେତାଙ୍କ ସହ ରହିଛି, ଶୋଭନଙ୍କୁ ଢାଲ କରି ବିଜେପି କୁ ଗାଦିସିନ କରିବା ସେମାନଙ୍କର ମୁଖ୍ୟ ଲକ୍ଷ ରହିଛି,

ଯଦି ଶୋଭନଙ୍କୁ ବିଜେଡି ଟିକେଟ ଦିଏ ତେବେ ବିଜେପି ର ସାରଦା ପ୍ରଧାନଙ୍କ ଜିତିବା ବାଟ ଉନ୍ମୁକ୍ତ ହୋଇଯିବ ବୋଲି ଆଲୋଚନା ହେଉଛି, ପ୍ରକୃତ ସତ କଥା କହିବାକୁ ଗଲେ ମାହାଙ୍ଗା କଂଗ୍ରେସ ଓ ବିଜେପି ନେତା ମାନେ ସେମାନଙ୍କ କର୍ମୀ ଓ କିଛି ନେତୃମଣ୍ଡଳୀ ର ଆଗଧାଡି ନେତାଙ୍କ ମାଧ୍ୟମରେ ଶୋଭନଙ୍କୁ ଭିତିରି ସମର୍ଥନ ଦେଇ ଠିକଣା ବେଳେ କିକବ୍ୟାକ ଦେବାକୁ ସଢଯନ୍ତ୍ର ରଚିଛନ୍ତି, ଏବେ ସୁଦ୍ଧା ପ୍ରକୃତ ବିଜେଡି କର୍ମୀ ମାନେ ଶୋଭନଙ୍କ ସଂସ୍ପର୍ଶରେ ଆସିନଥିବାରୁ ଯଦି ଟିକେଟ ଫିଆ ଯାଏ ତେବେ ବିଜେଡି ହରିବା ଥୟ ହୋଇଯାଇଛି,

 

ଏବେ ବିଜେଡି କର୍ମୀ ମାନେ ଶୋଭନଙ୍କୁ ଟିକେଟ ଦିଆଗଲେ ଖୋଲାଖୋଲି ବିରୋଧ କରିବା ସହ ବିରୋଧୀ ମୁହାଁ ହେବେ ବୋଲି ଆଲୋଚନା ଜୋର ଧରିଛି, ଶୋଭନ ଙ୍କ ଲୋକପ୍ରିୟତା ମାହାଙ୍ଗାରେ ନଥିବାରୁ ନିର୍ବାଚନ ଲଢ଼ିଲେ ହରିବା ଏକ ପ୍ରକାର ନିସ୍ଛିତ ହୋଇଛି, ବିଜେପି ଘରେ ସୋଇ ଏଥର ମାହାଙ୍ଗା ଆସନ ହେଟେଇବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଲେଣି,

ପ୍ରତାପ ଙ୍କ ସମୟରେ ମାହାଙ୍ଗାର ବିକାଶ ଶହେ ଗୁଣ ହୋଇଥିବାରୁ ସାଧାରଣ ପସନ୍ଦ ପ୍ରତାପ ଜେନା ହୋଇଛନ୍ତି, ପ୍ରତାପ ଙ୍କୁ ଯଦି ଦଳ ମାହାଙ୍ଗାରୁ ଲଢ଼ିବାକୁ ସୁଯୋଗ ନଦିଅନ୍ତି ତେବେ ମାହାଙ୍ଗା ବିଜେଡି ଗଡ଼ ଭୁଶୁଡି ଯିବା ନିଶ୍ଚିତ ହୋଇଯାଇଛି, ବେଳ ଥାଉ ଥାଉ ବିଜେଡ଼ି ସୁପ୍ରିମୋ ନବୀନ ବାବୁଓ ପଣ୍ଡିଆନ ବାବୁ ମାହାଙ୍ଗା ରେ ଟିକେଟ ପାଇଁ ସଠିକ ନିର୍ଣ୍ଣୟ ନନେଲେ ବିଜେଡି ହାତରୁ ଏହି ଆସନ ଚାଲିଯିବାର ସମ୍ଭାବନା ଅଧିକ ଦେଖାଦେଇଛି .