ବିଦ୍ୟାଳୟ ରେ ଗଣିତ ଓ ଵିଜ୍ଞାନ ଆଲମ୍ପିଆଡ୍ : କ୍ରୃତୀ ପ୍ରତିଯୋଗୀ ମାନେ ପୁରସ୍କୃତ

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଚିଲିକା  :-> ବାଣପୁର ବ୍ଲକ ଅନ୍ତର୍ଗତ କହ୍ନେଇ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉକ୍ତ ବିଦ୍ୟାଳୟର ଚଳିତ ବର୍ଷ ର ଗଣିତ ଓ ବିଜ୍ଞାନ ଅଲମ୍ପିଆଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବାରିକ ଅଧ୍ୟକ୍ଷତା କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଣିତ ଓ ବିଜ୍ଞାନ ପ୍ରତି ଆଗ୍ରହ ସ୍ରୃଷ୍ଟି କରିଵାରେ ଏହା ଯଥେଷ୍ଟ ସହାୟକ ହେବ ବୋଲି ଉଦ୍ ଵୋଧନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦୁର୍ଯ୍ୟୋଧନ ମୁଦୁଲି,ଆଲୋକ କୁମାର ବରାଳ, ଦୁର୍ଗାଚରଣ ମହାପାତ୍ର, ଶିକ୍ଷୟିତ୍ରୀ ଟିକିନା ଭାରିମଲ୍ଲ, ସୁନିତା ମହାପାତ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିବା ଵେଳେ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଵ୍ରୃନ୍ଦ ମଧ୍ୟ ଏହି ଉତ୍ସବ ରେ ଯୋଗଦାନ କରିଥିଲେ।ଏହି ଅବସରରେ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।