ଇନ୍ଧନ ଗ୍ୟାସ କାର୍ଯ୍ୟାଳୟକୁ ଯାଇ ବୃଦ୍ଧ ନିଖୋଜ  

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଭାପୁର :-> ନୟlଗଡ ଜିଲ୍ଲା ଭାପୁର ବ୍ଲକ ବଦସହରା ପଞ୍ଚାୟତ ଗୋପାଳ ପ୍ରସାଦ ଗ୍ରାମର ଜଣେ ବୃଦ୍ଧ ବୁଧବାର ଦିନ ଖଣ୍ଡପଡ଼ା ଗ୍ୟାସ କାର୍ଯ୍ୟାଳୟକୁ ଯାଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନିଜ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଗୁରୁବାର ଦିନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସୁତ୍ରରୁ ପ୍ରକାଶ ଗୋପାଳ ପ୍ରସାଦ ଗ୍ରାମର ସୋମନାଥ ପଟ୍ଟନାୟକ(୭୦) ବୁଧବାର ଦିନ ସାଇକେଲ ଯୋଗେ ଘରୁ ଖଣ୍ଡପଡ଼ାସ୍ଥିତ ଭାରତ ଗ୍ୟାସ କାର୍ଯ୍ୟାଳୟକୁ ବାହାରିଥିଲେ।

ଘରୁ ବାହାରିବାର ପ୍ରାୟ ଘଂଟାଏ ପରେ ତାଙ୍କ ସ୍ତ୍ରୀ ଅନୁସୟା ପଟ୍ଟନାୟକ ବୃଦ୍ଧଙ୍କୁ ଫୋନ କରିବାରେ ସେ କହିଥିଲେ ଯେ କେହି ଜଣେ ଦୃର୍ବୁତ୍ତ ଗ୍ରାମ ନିକଟସ୍ଥ ବାନ୍ଦରା ଜଙ୍ଗଲ ଭିତରୁ ମୋ ସାଇକେଲ ଟିକୁ ଚୋରି କରି ନେଇଛନ୍ତି ଏବଂ ମୁଁ ମୋ ବ୍ୟାଗ ଟିକୁ ଖୋଜୁଛି। ପୁନଶ୍ଚ କିଛି ସମୟ ପରେ ତାଙ୍କ ସ୍ତ୍ରୀ ଫୋନ୍ କରିବାରୁ ତାଙ୍କ ମୋବାଇଲ ଫୋନ୍ ଟି ବନ୍ଦ ହୋଇଯାଇଥିଲା। ଏହା ଜାଣିବା ପରେ ପରିବାର ପକ୍ଷରୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ରାତିରେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ କିଛି ସନ୍ଧାନ ମିଳିନାହିଁ।