ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କଲେ ଦଶପଲ୍ଲା – ବିଧାୟକ ରମେଶ

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ନୂଆଗାଁ :-> ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ସୃଷ୍ଟି ହୋଇଛି ନୂଆ ଇତିହାସ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରତି ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ପୁଣି ଥରେ ବିଜେଡ଼ି ଟିକେଟ ମିଳିଛି।ଯାହାକି କୁଚକ୍ରୀ ଶିବିର ରେ ଭୂମିକମ୍ପ ସୃଷ୍ଟି ହୋଇଛି।

ବିଧାୟକ ରମେଶ ଙ୍କୁ ଟିକେଟ ମିଳିବା ପରେ ବିଧାୟକ ରମେଶ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରି ଆଶ୍ରିବାଦ ନେଇଛନ୍ତି।ପୁଣି ଥରେ ଦଶପଲ୍ଲା ବିଧାୟକ ରମେଶ ଙ୍କୁ ଟିକେଟ ମିଳିବା ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଅଧିକ ଅଧିକ ଶକ୍ତିଶାଳୀ ହେଵ ବୋଲି ଲୋକ ଲୋଚନରେ ଚର୍ଚ୍ଚା ଚାଲିଛି।ପୁଣି ଥରେ ରମେଶ ଙ୍କୁ ଟିକେଟ ପ୍ରଦାନ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାସୀ କୃତଜ୍ଞତା ଜଣାଇଛନ୍ତି।