ଭୋଜି ଖାଇ ଫେରୁଥିଲେ; ଗଛରେ ପିଟିହେଲା ବାଇକ୍ ମୃତ, ଜଣେ ଆହତ  

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଆର,ଉଦୟଗିରି  : -> ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡେଙ୍ଗାମା ଛକ ନିକଟରେ ବିଳମ୍ବିତ ରାତିରେଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଆର.ଉଦୟଗିରି ଥାନା ଘୋଡାକୋଣ ଗାଁ’ର ଅଭେନ ରାଇକା । ଆହତ ଯୁବକ ଜଣଙ୍କ ହେଲେ ବୁର୍ଦୁଗୁଡ଼ା ଗାଁ’ର ଦୀନେଶ ରଇତ।ତନ୍ତ୍ର ବିଦ୍ୟା ପରେ ବି ହେଲାନି ଛୁଆ;

ତାନ୍ତ୍ରିକଙ୍କ ପୁଅ ଉପରକୁ ଫାୟାରିଂ ତନ୍ତ୍ର ବିଦ୍ୟା ପରେ ବି ହେଲାନି ଛୁଆ; ତାନ୍ତ୍ରିକଙ୍କ ପୁଅ ଉପରକୁ ଫାୟାରିଂ ଗତକାଲି ବିଳମ୍ବିତ ରାତିରେ ଅଭେନ ଓ ଦିନେଶ ଭୋଜି ଖାଇ ବାଇକ ଯୋଗେ ଜି. ଉଦୟଗିରି ଅଭିମୁଖେ ଫେରୁଥିଲେ । ଡେଙ୍ଗାମା ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ଅଭେନଙ୍କର ମୃତ୍ୟୁ ଘଟିଥିବା ବେଳେ ଦୀନେଶ ଗୁରତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।