ନୂଆପାଟଣା ଗ୍ରାମର ମା କୋଚିଲେଇ ରାଧାକୃଷ୍ଣ କମିଟି ପକ୍ଷରୁ ଲଉଡି ଖେଳ ଓ ସମ୍ବର୍ଦ୍ଧନା ଉତ୍ସବ

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ  :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆପାଟଣା ଗ୍ରାମରେ ପାରମ୍ପାରିକ ଦୋଳ ମହୋତ୍ସବ ଅବସରରେ, ମା, କୋଚିଲେଇ ରାଧାକୃଷ୍ଣ କମିଟି ପକ୍ଷରୁ ଲଉଡି ନୃତ୍ୟ ପରିବେଷଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସଵରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, କଟକ ଜିଲ୍ଲା ୪ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ସ୍ୱାଧୀନ ଚେତା ମହାନ୍ତି, ପ୍ରମୋଦ କୁମାରମହାପାତ୍ର, ଜ୍ୟୋତିରମୟ ବେଉରା ,

ମହେନ୍ଦ୍ର ବେହେରା, ଗ୍ରାମ୍ୟ କମିଟିର ପୂର୍ବତନ ସଭାପତି ଲକ୍ଷଣ ବେହେରା, ମନୋରଞ୍ଜନ ବେହେରା, ଫକୀରଚରଣ ବେହେରା, ଜଟାଧାରୀ ବେହେରା, ଶଙ୍କର୍ଷଣ ବେହେରା, ନନ୍ଦ କିଶୋର ବେହେରା, ଜଳଧର ବେହେରା, ଗ୍ରାମ କମିଟିର ସଭାପତି ଭରତ ବେହେରା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବାଗଧରାପୁର, କଟକ ପୋପରଡା, କନ୍ଦରପୁର ନିକଟସ୍ଥ ନୂଆ କୋରୁଆଁ, ଜନ୍ମେଜୟପୁର ଗ୍ରାମର ଯାଦବ ପିଲାମାନେ ରାଧା କୃଷ୍ଟ , ସଖା ବେଶରେ ସଜେଇ ହୋଇ ଲଉଡି ଖେଳ ପ୍ରଦର୍ଶନ କରିଥିଲେ । ଏହି ଖେଳ ଦେଖିବା ଲାଗି ଜନ ସାଧାରଣଙ୍କ ଭିଡ଼ ଜମିଥିଲା । ପ୍ରଶାନ୍ତକୁମାର ବେହେରା, ଲୋକନାଥ ବେହେରା, ବିକାଶ ବେହେରା, ଚୈତନ୍ୟ ବେହେରା, ପ୍ରମୋଦ ବେହେରା, ବିଶ୍ୱନାଥ ବେହେରା,ପ୍ରକାଶ ବେହେରା,ଦିଲିପବେହେରା,ସୁଶାନ୍ତ ବେହେରାଙ୍କ ସମେତ, ଗ୍ରାମର ସମସ୍ତ ଯୁବକ ଏବଂ ମୁରବୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସମସ୍ତ ପିଲାମାନେ ସହଯୋଗ କରିଥିଲେ ।