ସରକାରୀ ଜାଗା ଜବର ଦଖଲ ଉଚ୍ଛେଦ ଦାବିରେ ; ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । 

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମଖରେ ଆଜି ଖଙ୍ଗୁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅସନପଲ୍ଲୀ ରାଜସ୍ବ ମୌଜାର ସରକାରୀ ଜାଗାକୁ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅସନପଲ୍ଲି ଗ୍ରାମର ଗ୍ରାମବାସୀମାନେ ଗଣଧାରଣା ଦେଇଅଛନ୍ତି. ! ସୂଚନା ଅନୁଯାୟୀ ବୋଲଗଡ଼ ତହସିଲ ଅନ୍ତର୍ଗତ ଅସନପଲ୍ଲୀ ଗ୍ରାମର ଖାତା ନମ୍ବର ୪୨୭ ପ୍ଲଟ ନମ୍ବର ୫୬୪ଓ କିସମ ସରକାରୀ ଜାଗାରେ ବେଆଇନ ଭାବେ ଜବର ଦଖଲ କରି ସେହି ଗ୍ରାମର ବଂଶୀଧର ଜେନାଙ୍କ ପୁଅ ବ୍ରଜବନ୍ଧୁ ଜେନା ପ୍ରାୟ ୧୦ବଖରା ସ୍ଥାୟୀ ପକାଘର ନିର୍ମାଣ କରିଛନ୍ତି । ଏ ସଂକ୍ରତାରେ ଅସନପଲ୍ଲୀ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ଶ୍ରୀ ଜେନା ଗଣ୍ଡଗୋଳ କରିଛନ୍ତି ।

ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାୟୀ ଜବର ଦାଖଲ କରି ରଖିଥିବା ପାକଘର ଉଚ୍ଛେଦ ପାଇଁ ବହୁବାର ସ୍ଥାନୀୟ ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଉଚ୍ଛେଦକୁ ଗୁରୁତ୍ଵ ଦିଆଯାଇନଥିଲା । ତେବେ ଏଘାଟଣାକୁ ନେଇ ଆଜି ବୁଧବାର ସକାଳୁ ଶତାଧିକ ଗ୍ରାମବାସୀମାନେ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଅଛନ୍ତି । ତେବେ ଉଛେଦ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣ ଧାରଣା ଜାରି ରହିବ ବୋଲି ଗ୍ରାମବାସୀମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏ ସମ୍ପର୍କରେ ବୋଲଗଡ ତହସିଲଦାର ନିବେଦିତା ପରିଡ଼ାଙ୍କୁ ପଚାରିବାରୁ ସେ କହିଲେ ସରକାରୀ ଜମି ଜବରଦଖଲ ଉଛେଦ କରିବାକୁ ଜବରଦଖଲ କରି ବ୍ରଜବନ୍ଧୁ ଜେନାଙ୍କୁ ନୋଟିସ ଦିଆଯାଇଅଛି ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀଙ୍କୁ ଜଣାଇ ଦିଆଯାଇଅଛି.!

ଜବରଦଖଲ କରି ଶ୍ରୀ ଜେନା ଜବରଦଖଲ କରି ରଖିଥିବା ଘର କୁ ଉଛେଦ ନ କଲେ ସରକାରୀ ନିୟମ ଅନୁସାରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ନିବେଦିତା ପରିଡା ସୂଚନା ଦେଇଅଛନ୍ତି.! ଗଣଧାରଣାସ୍ଥଳରେ ବୋଲଗଡ଼ ଥାନା ଅଧିକାରୀ ସିଗ୍ଧାମୟୀ ବରାଳ, ସବ ଇନିସ୍ପେଟର ଲିଲି ପଣ୍ଡାଓ ତହସିଲଦାର ନିବେଦିତା ପରିଡା ପ୍ରମୁଖ ମିଳିତ ଭାବେ ଶାନ୍ତିଶୃଙ୍ଖଳା ରାକ୍ଷକରି ବୁଝା ସୁଜା କରିବାରୁ ଗଣଧାରଣା କାରୀମାନେ ଗଣଧାରଣରୁ ଉଠିଯାଇଥିଲେ.! ଏ ସମସ୍ୟକୁ ନେଇ ଅସନପଲ୍ଲୀ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗିରହିଛି.!