ବିଶ୍ୱଶାନ୍ତି ଲାଗି କଳସଯାତ୍ରା : ଯୋଗଦେଲେ ପୂର୍ବତନ ବିଧାୟିକା

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ)  ଓଡଗାଁ :->  ଓଡ଼ଗାଁ ବ୍ଲକ ପଞ୍ଚିରିଡ଼ା ମାନପୁର ପଞ୍ଚାୟତ ମାନପୁର ଗାଁରେ ବିଶ୍ବ ଶାନ୍ତି ଯଜ୍ଞ ଓ ନାମ ସଂକ୍ରିର୍ତନ ରବିବାର ଠାରୁ ଆରମ୍ଭ ହୋଇଯାଇଛି | ରବିବାର ସନ୍ଧ୍ୟାରୁ ଗ୍ରାମ ପୁଷ୍କରିଣୀ ତଟରେ କଳସ ପୂଜନ କରାଯାଇ  ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ଯଜ୍ଞ ଶାଳା ମଧ୍ୟରେ ସ୍ଥାପନ କରାଯାଇଥିଲା ।

ପରେ ବରଣୀୟ ବୈଦିକ ବ୍ରାହ୍ମଣମାନଙ୍କ ଦ୍ବାରା ସୋମବାର ସୂର୍ଯ୍ୟପୂଜା, ଷୋଡଶ ଉପଚାରରେ ପୀଠ ପୂଜା ପରେ ଯଜ୍ଞ ଭଗବନାଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ ଓ ଆଠ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାର ସନ୍ଧ୍ୟାରେ ରଣପୁର ପୂର୍ବତନ ବିଧାୟିକା ସୁରମା ପାଢ଼ୀ ପଞ୍ଚିରିଡ଼ା ମାନପୁର ଗ୍ରାମର ପୂର୍ବତନ ସରପଞ୍ଚ ମନୋଜ କୁମାର ସାହୁ ଗୋଡିପଲ୍ଲୀ ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପାତ୍ର ପ୍ରମୁଖ ସାଙ୍ଗରେ ଯାଇ ଯଜ୍ଞ ଭଗବାନଙ୍କ ଦର୍ଶନ କରି ଆଶୀର୍ବାଦ ଲାଭକରିଥିଲେ।