ବିଭିନ୍ନ ଧର୍ମ ଅନୁଷ୍ଠାନ ରେ ଦୋଳ ଓ ହୋଲି ଉତ୍ସବ ପାଳିତ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଓଡଗାଁ :-> ଶରଣକୁଳ ଓ ଏହାର ଆଖ ପାଖ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ଓ ମଠ ମାନଙ୍କ ରେ ଦୋଳ ଓ ହୋଲି ଉତ୍ସବ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି l ଦୋଳପୂର୍ଣମୀ ରେ ଲଡ଼ୁବାବାଙ୍କ ମନ୍ଦିରରେ ଠାକୁର ଙ୍କ ସକାଳର ସମସ୍ତ ପୂଜlନୀତି ପରେ ବିଜେପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ମା ପାର୍ବତୀ, ଲକ୍ଷ୍ମୀନାରାୟଣ, ଗୋପୀନାଥ, ଶ୍ରୀ ରଘୁନାଥ ଦୋଳ ମଣ୍ଡପ କୁ ବିଜେ ହୋଇଥିଲେ l ସନ୍ଧ୍ୟାରେ ନିକଟସ୍ଥ ହରିହରପୁର ଦଧିବାମନ ଜିୟୁ ଠାକୁର ଏକ ପଟୁଆରରେ ଆସି ଦୋଳ ମଣ୍ଡପରେ ବିଜେ କରିଥିଲେ l

ସେଠାରେ ସମସ୍ତ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ପlରମ୍ପlରିକ ରୀତି ଅନୁଯାଇ ନୂତନ ପାଞ୍ଜି ପଠନ କରାଯାଇଥିଲା l ପାଞ୍ଜିକାର ପଣ୍ଡିତ ଅଲେଖ ନାୟକ ନୂତନ ପାଞ୍ଜି ପଠନ କରିଥିବା ବେଳେ ଏହାକୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଶୁଣିଥିଲେ l ଠାକୁରମାନେ ତାମ ଯାନରେ ତଳବଜାର ଚାଳିମଣ୍ଡପ ଭୋଗଲାଗି ପରେ ଭିକାରିପଡା ବ୍ରାହ୍ମଣଶାସନ କୁ ଚାଚେରୀ ଭୋଗ ଲାଗି ସହିତ ଗ୍ରାମ ପରିଭ୍ରମଣ କରି ମନ୍ଦିରକୁ ଫେରିଥିଲେ l ମଙ୍ଗଳବାର ମଧ୍ୟାହ୍ନ ରେ ଠାକୁର ଗ୍ରାମ ପରିକ୍ରମା କରି ରଙ୍ଗ ଖେଳିଥିଲେ l ମନ୍ଦିର ପରିଚ୍ଛା ତୋଷବନ୍ତ କର,ପରିଚlଳକ ସୁବାସ ଚନ୍ଦ୍ର ବାରଡ଼,ପୂଜାପଣ୍ଡା ଗୋଲକ ବିହାରି ବଡପଣ୍ଡା ଓ ସେବାୟତ ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସହିତ ବହୁ ସେବାୟତ ଓ ବୁଦ୍ଧଜିବି ଉପସ୍ଥିତ ଥିଲେ l

ଗ୍ରାମାଞ୍ଚଳ ରେ ଛୋଟଛୋଟ ଶିଶୁ ମାନଙ୍କ ଠାରୁ ଯୁବକ ଯୁବତୀ ମାନେ ହାତରେ ବିଭିନ୍ନ ରଙ୍ଗର ରଙ୍ଗ ଧରି ସାଙ୍ଗସାଥି ମାନେ ପରସ୍ପରକୁ ରଙ୍ଗଲଗାଇ, ମିଠା ଖୁଆଇ ଖୁସି ମନାଇଥିଲେ l ଏହି ପର୍ବ ଏକ ନିଆରା ଉତ୍କଳୀୟ ପରମ୍ପରାକୁ ବହନ କରୁଥିବାବେଳେ ଭାଇଚାରାର ସମ୍ପର୍କ ହୋଇଥିଲା l ପଞ୍ଚିରିଡ଼ା, ଆଙ୍ଗସିଙ୍ଗି,ବଡ଼ଗୋରଡ଼ା ଶିଖରପୁର, ଗୋଡିପଡା,କଇଁଫୁଲିଆ, ଭାଲିଆଡ଼ିହି ଆଦି ଗ୍ରାମରେ ଥିବା ରାଧାକୃଷ୍ଣ ମଠ ମାନଙ୍କରେ ଏହି ପର୍ବ ଧୂମ୍ ଧାମ୍ ରେ ପାଳିତ ହୋଇଯାଇଛି l