ଗଞ୍ଜେଇ ବିକ୍ରି ପାଇଁ ଯିବା ବେଳେ ଜଣେ ପୁରୁଷ ଓ ଜଣେ ମହିଳା ସମେତ ବାଇକି ଜବତ କଲା ପୋଲିସ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଓଡ଼ଗାଁ :-> ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅଧିନସ୍ଥ ଗୋଡିପଡା ଆଉଟପୋଷ୍ଟ ପୋଲିସ ଥାନା ଦ୍ୱାରା ଗଞ୍ଜେଇ ବିକ୍ରି ପାଇଁ ନେଉଥିବା ଶରଣକୁଳ ନିକଟସ୍ଥ ହରିହରପୁର ଗ୍ରାମପଞ୍ଚାୟତ ଅସୁରଢ଼ିପା ଗ୍ରାମର ଦୁର୍ଗା ମାଧଵ ସାହୂ ଙ୍କ ପୁତ୍ର ଚିତ୍ତରଞ୍ଜନ ସାହୂ (୨୬) ଓ ଜିତେନ୍ଦ୍ର ବରାଡ଼ ଙ୍କ ପତ୍ନୀ ସବିତା ବରାଡ଼ (୨୬)ଦୁହେଁ ପୋଲିସ ହାତରେ ଧରା ପଡିଛନ୍ତି ।ଏକ ବଜାଜ ସିଟି ୧୦୦ ମୋଟର ସାଇକେଲ ରେ ଜରି ବସ୍ତା ଭିତରେ ଗଞ୍ଜେଇ ନେଇ ଗୋଡିପଡା ନିକଟସ୍ଥ ବଡଗୋରଡା ଗ୍ରାମ ରୁ ରଣପୁର ପର୍ଯ୍ୟନ୍ତ ବିକ୍ରି ପାଇଁ ଯିବା ସମୟରେ ତା ୨୪.୩.୨୪ ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଜାଗିରି ଖଇରପଟି ଗ୍ରାମ ନିକଟରୁ ସବିତା ବରାଡ଼ ଓ ଚିତ୍ତରଞ୍ଜନ ସାହୂ ଙ୍କ ଠାରୁ ୫ କେଜି ୪୦୦ ଗ୍ରାମ ଗଞ୍ଜେଇ ସମେତ ମୋଟର ସାଇକେଲ ଓ ତିନୋଟି ମୋବାଇଲ ଫୋନ କୁ ଜବତ କରିଛି ସରଣକୁଳ ପୋଲିସ ।

କନ୍ଧମାଳରୁ ଗଞ୍ଜେଇ ଆଣି ଅନେକ ସମୟରେ ଏମାନେ ବିକ୍ରି କରୁଥିବା ପ୍ରକାଶ ।ଗୋଡିପଡା ପୋଲିସ ଫାଣ୍ଡି ଅଧିକାରୀ ଗୌରହରି ଜେନାଙ୍କ ନେତୃତ୍ୱରେ ହାବିଲଦାର ଡ୍ରାଇଭର ଦୁର୍ଗେଶ ଚନ୍ଦ୍ର ମିଶ୍ର,ଆରକ୍ଷୀ ଭଗବାନ ରାଉତ,ହେମନ୍ତ କୁମାର ସେଠୀ ଓ ସୁକାନ୍ତି ଦେଇ ପ୍ରଭୁତି ଗଞ୍ଜେଇ ଜବତରେ ସହାୟତା କରିଥିଲେ ରବିବାର ରାତ୍ର ୯.୩୦ ମିନିଟରେ।ଓଡ଼ଗାଁ ଅତିରିକ୍ତ ତହସିଲଦାର ତଥା ଏଜୁକେଟିଭି ମାଜିଷ୍ଟ୍ରେଟ ଜି ସିଂନୁ ଙ୍କ ଉପସ୍ଥିତିରେ ଗଞ୍ଜେଇ ସହିତ ଦୁଇ ବିକ୍ରେତା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୬୮/୨୦୨୪ରେ ଏକା ମାମଲା ରୁଜୁ କରାଯାଇ ଅଭୁଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଶରଣକୁଳ ଠାରୁ ରଣପୁର ପର୍ଯ୍ୟନ୍ତ ଗଞ୍ଜେଇ,ମଦ ଓ ବହୁଳ ପରିମାଣରେ ଧଳା ଜହର ବିକ୍ରି ହେଉଥିବାର ଜଣାଯାଏ । ନିଶା ମାଫିଆ ମାନକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଜନସାଧାରଣଙ୍କ ଦାବୀ ହେଉଛି ।