ଓଡଗାଁ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଓଡଗାଁ :-> ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ବାରମ୍ବାର ଅଣଦେଖା କରି ଆସୁଥିବା ବେଳେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ | କେବଳ ପ୍ରତିଶ୍ରୁତି ମିଳିଥିବା ଓ ପରବର୍ତୀ ସମୟରେ ପ୍ରତିଶ୍ରୁତି ବେଦର ଗାର ନହୋଇ ପାଣିର ଗାର ପାଲଟିଥିବା ଜଣାପଡିଛି।

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଚାୟତ ପ୍ରତିନିଧ‌ିଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ପ୍ୟାକେଜର ବ୍ୟବସ୍ଥା କରିଥିବା
ବେଳେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସରକାର ଅଣଦେଖା କରିଛନ୍ତି । ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ନିଷ୍ପତ୍ତି କ୍ରମେ ଜିଲ୍ଲା, ବ୍ଲକ ଓ ରାଜ୍ୟ ସ୍ତରରେ କର୍ତ୍ତବ୍ୟରତ ଗଣମାଧ୍ୟମର ପ୍ରତିନିଧି ମାନେ ଗୁରୁବାର ଠାରୁ କଳାବ୍ୟାଚ ପରିଧାନ କରି ଅଭିନବ ପ୍ରତିବାଦର ସ୍ବର ଉଠାଇଛନ୍ତି ।

ଏହି କ୍ରମରେ ଓଡଗାଁ ସାମ୍ବାଦିକ ସଙ୍ଘ ପକ୍ଷରୁ ସଂଘର ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଆହ୍ୱାନକ୍ରମେ ବ୍ଲକର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଓଡଗାଁ ସାମ୍ବାଦିକ ଭବନଠାରେ କଳାପଟି ପରିଧାନ କରି ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ପୁରଣ ପାଇଁ ସ୍ଲୋଗାନ ଦେଇଥିଲେ | କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ ,ରାମକୃଷ୍ଣ ପରିଡା ସମ୍ପାଦକ ଗଣେଶ୍ୱର ସାହୁ,

କୋଷାଧକ୍ଷ ସାରସ କୁମାର ମିଶ୍ର,ସୁନୀଲ ପଟ୍ଟନାୟକ, ଫକୀର ମୋହନ ମହାରଣା, ନାରାୟଣ ପାଣିଗ୍ରାହୀ, ଅର୍ଜୁନ ସାହୁ,ଜୟକୃଷ୍ଣ ସାହୁ, ରିପନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କଳାପଟି ପରିଧାନ କରିଥିଲେ ତେବେ ସରକାର ତୁରନ୍ତ ସେମାନଙ୍କ ଦାବୀ ପୁରଣ ପୁରଣ କରିବାକୁ ନିବେଦନ କରାଯାଇଛି |