ଧାନଘରପଡା ରେ ଦୋଳ ମେଳଣ ଅନୁଷ୍ଠିତ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡେଏତା ପଞ୍ଚାୟତର ଧାନଘରପଡା ଗ୍ରାମରେ ଦୋଳ ମେଳନ ବୁଧବାର ଆନୁଷ୍ଠିତ ହୋଇଥିଲା । ଏହି ମେଳନରେ ଆଖପାଖ ଗ୍ରାମର ୧୫ ରୁ ଉର୍ଦ୍ଧ୍ବ ଦୋଳବିମାନ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ମେଳନ ଦେଖିବାକୁ ଆସୁଥିବା ଲୋକଙ୍କ ମନରଞନ ପାଇଁ ମେଲୋଡି ପରିବେଷଣ କରାଯାଇଥିଲା ।

 

ଏହି ମେଳନ ଦେଖିବା ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ମେଳନ ପଡିଆ ପାର୍ଶ୍ଵରେ ବିଭିନ୍ନ ଦୋକାନ ଖୋଲିଥିଲା । ମେଳନ ଦେଖିବାକୁ ଆସୁଥିବା ଲୋକମାନେ ବିଭିନ୍ନ ଘରକରଣା ଜିନିଷକଣିଵା ସହିତ,ଚଟପଟି ଖାଦ୍ୟ ଖାଇ ମେଳନ ବୁଲିବାର ମଜା ନେଇଥିଲେ ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏଥିରେ ଦୋଳ ମେଳନ ଶାନ୍ତି କମିଟି ପକ୍ଷରୁ ମଞ୍ଚରେ ବରିଷ୍ଠ ନାଗରିକ, ସମାଜ ସେବୀ, ଶାନ୍ତି କମିଟିର ସଦସ୍ୟ, ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା । ଗ୍ରାମର ଯୁବକମାନେ ଏବଂ ଗ୍ରାମବାସୀ ମେଳନ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।