ଜଳିଗଲା ୪ ବଖରା ଘର : ବିଳମ୍ବରେ ପହଞ୍ଚିଲା ଦମକଳ

୨୭ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ତିଳାବାଡି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି । ଅଗ୍ୟାଂତ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୪ବଖରା ଘର ଓ ଏଥିରେ ଥିବା ବହୁ ଆସବାବପତ୍ର ଜଳିଯାଇଛି। ସୂଚନା ଅନୁଯାୟୀ, ଅପରାହ୍ପ ସମୟରେ ଗ୍ରାମର ବିଶି ବେହେରା ଓ ପଂଚୁ ବେହେରା ପରିବାର ଲୋକ ରୋଷେଇ ସାରି ଘରେ ଖିଆପିଆ କରୁଥିଲେ।

ଏହି ସମୟରେ ହଠାତ୍ ନିଆଁ ଘର ଚାଳରେ ଲାଗି ଯାଇଥିଲା। ନିଆଁ ଆୟତ୍ତ କରିବାକୁ ଗ୍ରାମବାସୀ ପ୍ରାଣପଣେ ଉଦ୍ୟମ କରିଥିଲେ । ନିଆଁର ଆଁ ଭିତରୁ କିଛି ଆସବାବପତ୍ର ଉଦ୍ଧାର କରିଥିବ ବେଳେ ଅବଶିଷ୍ଟ ଜଳିପୋଡ଼ି ଯାଇଥିଲା। ସବୁଠାରୁ ବଡ଼କଥା ହେଉଛି, ଖବରପାଇ ଦମକଳ ବାହିନୀ ଗାଁରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଗ୍ରାମବାସୀ ନିଆଁ କୁ ଆୟତ କରିସାରିଥିଲେ । ଶେଷରେ ଦମକଳ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲା । ଅନ୍ୟପଟେ ବିପନ୍ନ ପରିବାର ବେସାହାର ହୋଇଯିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।