ବାଲୁଗାଁ ସ୍ଵର୍ଣ୍ଣ ବିହାର ରେ ନିଆରା ଢଙ୍ଗରେ ପାଳିତ ହେଲା ହୋଲି

୨୬ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ଚିଲିକା :-> ରଙ୍ଗ ର ପର୍ବ ହୋଲି ସାରା ଦେଶ ଓ ରାଜ୍ୟରେ ଧୂମ୍ ଧାମ୍ ରେ ପାଳିତ ହୋଇଥିବା ବେଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ବର୍ଣଵିହାର ସାହି ବାସିନ୍ଦା ନିଆରା ଢଙ୍ଗରେ ଏହି ଉତ୍ସବ କୁ ବର୍ଣ୍ଣାଢ଼୍ୟ ଭାବରେ ପାଳନ କରିଛନ୍ତି। ପୂର୍ବାହ୍ନରେ ସାହିର ସମସ୍ତ ପୁରୁଷ, ସ୍ତ୍ରୀ,ପୁଅ -ଝିଅ ସାହିର ଏକ ପ୍ରାନ୍ତରେ ସମଵେତ ହୋଇ ବିଭିନ୍ନ ରଙ୍ଗର ପୋଷାକ ପରିଧାନ କରି ପୂର୍ବରୁ ସମସ୍ତ ଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରାତଃ ଭୋଜନ ରେ ଆପ୍ୟାୟିତ ହୋଇ ରଙ୍ଗ ଖେଳ ଓ ଫଗୁ ବିତରଣ ରେ ବାହାରି ଥିଲେ।

ସୁନ୍ଦର ମେଲୋଡି ଓ ପୁଅ ଝିଅ ଙ୍କ ନ୍ରୃତ୍ୟ ର ତାଳେ ତାଳେ ମସ୍ ଗୁଲ୍ ସମସ୍ତ ବାସିନ୍ଦା ହୋଲି ରଙ୍ଗ ପରିବେଷଣ କରିବାକୁ ପ୍ରତ୍ୟେକ ଗୃହ କର୍ତ୍ତା ଙ୍କ ନିବାସରେ ପହଞ୍ଚନ୍ତି।ପୂର୍ବ ପ୍ରସ୍ତୁତି କ୍ରମେ ସାହିର ବିଭିନ୍ନ ସ୍ଥାନରେ ଅଂଶ ଗ୍ରହଣ କାରୀ ମାନଙ୍କୁ ମୃଦ୍ୟୁ ପାନୀୟ,ସ୍ନାକ୍ସ ର ମଜା ମଧ୍ୟ ଯୋଗାଇ ଦିଆ ଯାଇଥାଏ। ମଧ୍ୟାହ୍ନ ବେଳକୁ ହୋଲି ଖେଳ ଶେଷ ହେବାପରେ ସଭିଏଁ ନିଜ ନିଜ ଗ୍ରୃହକୁ ଯାଇ ରଙ୍ଗ ଛଡାଇ ,

ଫ୍ରେସ୍ ହୋଇ ସୁନ୍ଦର ବସ୍ତ୍ର ପରିଧାନ ପୂର୍ବକ ସାହିର କୋଠ ଗ୍ରୃହ ରେ ସମବେତ ହୋଇ ମଧ୍ୟାହ୍ନ ଭୋଜନ ରେ ଭାଗ ନେଇଥାନ୍ତି। ଅପରାହ୍ନରେ ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲେ ଏବଂ ଏଥିରେ ଅଂଶ ଗ୍ରହଣ କାରୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଏ ।ଏହି ଭାଇଚାରା ଓ ରଙ୍ଗ ର ପର୍ବ ହୋଲି ସାହିର ତତ୍କାଳୀନ ସଭାପତି ବିଷ୍ନୂକେଶରୀ ବିଶ୍ଵାଳ,

ସମ୍ପାଦକ ଅଜୟ କୁମାର ମହାପାତ୍ର, ଅକ୍ଷୟ କୁମାର ସାହୁ,ତ୍ରିଲୋଚନ ସାହୁ, ଶୁଭ୍ରାଂଶୁ ସେନାପତି, ଗୁନନିଧି ବେହେରା, ସୁରେନ୍ଦ୍ର କୁମାର ନାୟକ, ଅମିତାଭ ପଟ୍ଟନାୟକ,ପ୍ରଦୀପ ଜେନା , ସୁଧାକର ନାୟକ,ପ୍ରମୁଖ ଙ୍କ ଦ୍ଵାରା ବହୁବର୍ଷ ତଳେ ଆରମ୍ଭ କରାଯାଇ ଏଯାବତ୍ ଏହି ଉନ୍ନତ ପରମ୍ପରାକୁ ବଜାୟ ରଖାଯାଇଛି।