ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍,୨ ଗୁରୁତ୍ତର

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଦଶପଲ୍ଲା :->  ଦିନକୁ ଦିନ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଯାତ୍ରୀକଂ ପାଇଁ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ଜାତୀୟ ରାଜପଥ ର ଦଶପଲ୍ଲା ଠାରୁ ବାଣିଗୋଛା ମଧ୍ୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲାବେଳେ, ଆଜି ଦଶପଲ୍ଲା ଥାନା ଅନ୍ତର୍ଗତ ଶାଳଭଂଗା ଜଂଗଲ ନିକଟରେ,

ଅପରାହ୍ନ ୨ ଟା ସମୟରେ ଏକ କାର୍ ସହିତ ଏକ ସ୍କୁଟି ର ମୁହାଁମୁହିଁ ଧକ୍କା ହେବାଫଳରେ ସ୍କୁଟି ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ କାର୍ ଟି ଏକ କାଦୁଅ ବିଲ ମଧ୍ୟକୁ ଖସିଯାଇଛି ।

ଖବରପାଇ ବାଣିଗୋଛା ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଆହତକୁଂ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନା ଖାନାକୁ ପଠାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଦୂଇ ଆହତ,ବାଣିଗୋଛା ଥାନା ଜାନୀପଦର ଗ୍ରାମର ଅଟନ୍ତି ।