୩ ଦିନ ବ୍ୟାପୀ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ କାଳୁପଡା ନିକଟସ୍ଥ ହାଣ୍ଡିଓଳ (ଉଆସପଦର୍ ) ଗ୍ରାମରେ ୩ ଦିନ ବ୍ୟାପୀ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଇଥିଲା।ଏହି ଯଜ୍ଞର ପ୍ରଥମ ଦିବସରେ ଶ୍ରୀ ଶ୍ରୀ ବାଙ୍କନିଧି ନାଟ୍ୟ ଲୁଣିସାହି ନୟାଗଡ଼ ର ଇନ୍ଦ୍ର ଜିତ ବଦ୍ଧ ଏବଂ ଲକ୍ଷ୍ମଣ ଶକ୍ତି ଭେଦ ରାମନାଟ୍ୟ ଅନୁଷ୍ଟିତ ହୋଇଥିବା ବେଳେ ଦ୍ଵିତୀୟ ଦିବସରେ ଚକା ଆଖି ଭଜନ ସମାରୋହ କଟକ ରୁ ଭଜନ ପରିବେଷଣ କରିଥିଲେ ।

ଏହି ଅନୁଷ୍ଠାନକୁ ଚିଲିକା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଶ୍ରୀ ରଘୁ ନାଥ ସାହୁ,ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଲୋକପ୍ରିୟ ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ବିଧାୟକ in ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା ପ୍ରମୁଖ ଯୋଗଦେଇ ପ୍ରଭୁ ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ ।

ଏହି ଅବସରରେ ଆଚାର୍ଯ୍ୟ ପୁଲୁଲି ଶତପଥୀ, ମନୋଜ ସାମନ୍ତରାୟ, ଜ୍ୟୋତିପ୍ରକାଶ ସାମନ୍ତରାୟ, ପ୍ରତାପ ମହାପାତ୍ର, ସାର୍ଥକ ନନ୍ଦ ଏବଂ ଦଳର ନେତୃବୃନ୍ଦ ଗଣ ଉପସ୍ଥିତ ଥିବାବେଳେ ଗ୍ରାମର ନିରଞ୍ଜନ ସ୍ୱାଇଁ, ଜଗବନ୍ଧୁ ନାୟକ, ଗୋଲଖ ନାୟକ ସମେତ ହାଣ୍ଡିଓଳ ଗ୍ରାମବାସୀ ଉପସ୍ଥିତ ଥିଲେ।