ବିପୁଳ ପରିମାଣର ପୋଚ ଓ ମଦ ଜବତ

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ବେଗୁନିଆ :-> ଖୋର୍ଦ୍ଧା ସଦର ଅବକାରୀ ବିଭାଗ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରି ନଷ୍ଟ କରିଛି । ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକାରୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ସଦର ଅବକାରୀ ଥାନା ନିରୀକ୍ଷକ ସନ୍ତୋଷ କୁମାର ସାହୁ ଓ ବେଗୁନିଆ ଅବକାରୀ ଥାନା ଉପନିରୀକ୍ଷକ ଏନ ଜାଗିନ ରାଓଙ୍କ ନେତୃତ୍ବରେ ପୁଲିସ କର୍ମଚାରୀଙ୍କ ସହ ସଦର ପୁଲିସ ରେଞ୍ଜର ବର ପଦା କାଜୁ ଜଙ୍ଗଲରେ ପହଂଚି ଅତର୍କିତ ଭାବେ ଚଢାଉ କରି ଥିଲେ ।

ଏଥିରେ ୪୨ ଶହ କେଜି ପୋଚ ଓ ୩ଶହ ଲିଟର ଦେଶୀ ମଦ ଜବତ ସହ ନଷ୍ଟ କରିଥିବା ବେଳେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ବେଗୁନିଆ ଅବକାରୀ ଥାନାରେ ଦୁଇଟି କେସ ଓ ଖୋର୍ଦ୍ଧା ସଦର ଅବକାରୀ ଥାନାରେ ଗୋଟିଏ କେସ ରୁଜୁ ହୋଇଛି ।