ବିଜେପିର ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା : କଟିଲା ୪ ସାଂସଦଙ୍କ ଟିକଟ

ପ୍ରକାଶ ପାଇଥିବା ତାଲିକାରେ କଳାହାଣ୍ଡି, ସମ୍ବଲପୁର, ବରଗଡ଼ ଓ ମୟୂରଭଞ୍ଜ ସାଂସଦଙ୍କ ନାଁ କଟିଛି ।

୨୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଭୁବନେଶ୍ବର :-> ପ୍ରକାଶ ପାଇଥିବା ତାଲିକାରେ କଳାହାଣ୍ଡି, ସମ୍ବଲପୁର, ବରଗଡ଼ ଓ ମୟୂରଭଞ୍ଜ ସାଂସଦଙ୍କ ନାଁ କଟିଛି । ଦୁଇଟି ଆସନରେ ପ୍ରାର୍ଥୀ ବଦଳିଛନ୍ତି । ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ମୁହଁ ଦେଇଛି ବିଜେପି ।

୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ ଦେବଗଡ଼ ରାଜା ନୀତିଶ ଗଙ୍ଗଦେବ । ସେ ବିଜୟୀ ହୋଇ ସଂସଦକୁ ଯାଇଥିଲେ । ହେଲେ ଏଥର ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ସାଂସଦ ହୋଇଥିଲେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା । ତାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓ ପ୍ରାର୍ଥୀ ହୋଇଛନ୍ତି।

ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ . ତାଙ୍କ ସ୍ଥାନରେ ଏଥର ନୂଆ ମୁହଁ ଭାବେ ନବଚରଣ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି । ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟରୁ ଜୟରାମ ପାଙ୍ଗୀ ପ୍ରାର୍ଥୀ ହୋଇଥିଲେ । ହେଲେ ଏଥର ନୂଆ ଚେହେରା ଭାବେ କାଲେରାମ ମାଝିଙ୍କୁ ଦଳ ପ୍ରାର୍ଥୀ କରାଯାଇଛି । ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ରଙ୍କ ସ୍ଥାନରେ ପ୍ରଦୀପ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି ।