ବଡଚଣାରେ ଅମର ହଟାଅ ଅଭାଯାନ ଯୋର ଧରିଲା

୨୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ବଡଚଣା :-> ବଡଚଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱକୁ ବିରୋଧ କରି ଦିନକୁ ଦିନ କର୍ମୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ତାର ପ୍ରତିଫଳନ ଆଜି ଖଇରା ସ୍ଥିତ ଷୋଳପୁଅ ମା ଖେଳପଡିଆ ଠାରେ ନିର୍ବାଚନ ମଣ୍ଡଳୀର ୪୩ ଗୋଟି ପଞ୍ଚାୟତ ର ଛାମୁଆଁ ବିଜେଡି କର୍ମୀ ମାନଙ୍କୁ ନେଇ ଆଗାମୀ ୨୦୨୪ ନିର୍ବାଚନରେ ଅମର ପ୍ରସାଦ ଶତପଥୀ ଯେପରି ଟିକେଟ ନପାଇବା ଲାଗି ସଜବାଜ ହେଉ ଥିବା ଜଣାପଡିଛି।

ଏହି ବୈଠକରେ ବ୍ଲକ ବିଜେଡି ର ଚାଣକ୍ୟ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରହଲ୍ଲାଦ ନନ୍ଦ , ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ କୈଳାସ ରାଉତ,୧୭ ନମ୍ୱର୍ ଜିଲ୍ଲା ପରିଷଦ ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଯୁବ ନେତା ଆଶିଷ ରଞ୍ଜନ ଚୌଧୁରୀ,ରବୀନ୍ଦ୍ର ପ୍ରଧାନ, ୧୮ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଅମର ମହାନ୍ତି,୨୦ ନମ୍ୱର୍ ଜିଲ୍ଲାପରିଷଦ ଜୟ ଶ୍ରୀ ସାମଲ, ସୈଳେନ୍ଦ୍ର ରାଉତ,

ତୁଷାର କାନ୍ତି ପଣ୍ଡା, ବିଧାନ ଚନ୍ଦ୍ର ସାମନ୍ତ ରାୟ ଙ୍କ ସମେତ ଓ ମହିଳା ନେତ୍ରୀ ଓ ସରପଞ୍ଚ ମାନେ ଯୋଗ ଦେଇ ଥିଲେ। ବିଭିନ୍ନ ପଞ୍ଚାୟତ ରୁ ୩୦୦ରୁ ଉର୍ଦ୍ଧ ଛାମୁଆଁ ନେତୃମଣ୍ଡଳୀ ଯୋଗ ଦେଇ ଥିବା ବେଳେ ନେତୃତ୍ୱ ପରିବର୍ତ୍ତନ ଲାଗି ତୃଣ ମୂଳ ସ୍ତରରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଆଲୋଚନା କରିଥିଲେ। ଏହି ସଭା କୁ ଯୁବନେତା ଧନେଶ୍ଵର ବେହେରା ସଞ୍ଚାଳନ କରିଥିବା ବେଳେ ଆଗାମୀ ୨୯ ତାରିଖ ଏକ ବଡ଼ କର୍ମୀ ସମ୍ମିଳନୀ ଲାଗି ପ୍ରସ୍ତୁତି ହେଉ ଥିବା ଜଣାପଡିଛି.