ରୋଟାରୀ କ୍ଳବ୍ ତରଫରୁ ଆଦିବାସୀ ଅଧୂଷିତ ଅଞ୍ଚଳ ଓସ୍ତିଆ ମାଳ ରେ ସ୍ବାସ୍ଥ୍ଯ ଶିବିର

୨୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ନୟାଗଡ଼ :- ଆଜି ନୟାଗଡ଼ ରୋଟାରୀ କ୍ଳବ୍ ତରଫରୁ ଆଦିବାସୀ ଅଧୂଷିତ ଅଞ୍ଚଳ ଓସ୍ତିଆ ମାଳ ଆଶ୍ରମ ବିଦ୍ଯାଳୟ ପରିସରରେ ଏକ ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ସଭାପତି ଅବଦୁଲ ଆରିଫ୍ ଖାଁ ଓ ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଙ୍କ ସଂଯୋଜନାରେ ଆଶ୍ରମ ବିଦ୍ଯାଳୟର ୧୫୦ ଜଣ ଛାତ୍ରଛାତ୍ରୀ ସମେତ ଓସ୍ତିଆ ମାଳ, ନିହଲ ପ୍ରସାଦ, ନାଣ୍ଡିଗିରି ଓ ଭୋବସର ଗ୍ରାମର ବହୁ ଲୋକ ଚିକିତ୍ସା ସୁବିଧା ପାଇଥିଲେ।କୋମଣ୍ଡ ଜନ ସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର ନରେଶ ଚନ୍ଦ୍ର ନାୟକ ଓ ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର କ୍ରିଷ୍ଣା ନାୟକ ରୋଗୀ ମାନଙ୍କୁ ସ୍ବାସ୍ଥ୍ଯ ପରାମର୍ଶ ଦେଇଥିଲେ। ନୟାଗଡ଼ ନିରୋଗ ପାଥୋଲୋଜିର ଟିମ୍ ରକ୍ତ ପରୀକ୍ଷା,ମଧୁମେହ ରୋଗ ପରୀକ୍ଷା,ରକ୍ତଚାପ ପରୀକ୍ଷା ଆଦି ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲା ବେଳେ ଶରଣକୂଳ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ସ୍ବାସ୍ଥ୍ଯ କର୍ମୀ ମାନେ ଔଷଧ ବିତରଣ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ନୟାଗଡ଼ ଦର୍ପଣର ପ୍ରତିଷ୍ଠାତା ହରିଶ୍ ପ୍ରଧାନ,ସମାଜସେବୀ ଶ୍ରୀକାନ୍ତ ଖଟେଇ, ସୌଦାମିନୀ ସ୍ବାଇଁ,ରୋଟାରିଆନ୍ ସନ୍ତୋଷ କୁମାର ନାୟକ, ଅବିନାଶ ସାହୁ, ଦିଲ୍ଲିପ କୁମାର ମିଶ୍ର, ମିହିର ରଂଜନ ନାୟକ, ଜି ରଶ୍ମିରାଜ,ପ୍ରବୀର କୁମାର ପ୍ରୁଷ୍ଟି , ମନୋରଂଜନ ପ୍ରଧାନ ଓ ବସିରନ ବିବି ସହଯୋଗ କରିଥିଲେ।