ପାତ୍ରପଡ଼ାରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

୨୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ ) ଭୁବନେଶ୍ୱର :- ଦୀର୍ଘ ୭୦ ବର୍ଷର ପୁରାତନ ଫୁଟୱେୟାର ତଥା ଜୋତା ଶିଳ୍ପ ବ୍ୟବସାୟରେ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ ଭୁବନେଶ୍ୱରସ୍ଥିତ ପାତ୍ରପଡ଼ାଠାରେ ଏହାର ଅନ୍ୟ ଏକ ନୂତନ ଶୋ’ରୁମ ଖୋଲିଛି । ସମଗ୍ର ଓଡ଼ିଶାରେ ଏହା ୯ମ ଶୋ’ରୁମ ଭାବେ ପରିଗଣିତ ହୋଇଛି । ଏହି ନୂତନ ଶୋ’ରୁମରେ ବିଶ୍ୱସ୍ତରୀୟ ଜୋତା, ଚମଡ଼ାରେ ନିର୍ମିତ ବ୍ୟାଗ୍‌, ଟ୍ରାଭେଲ ବ୍ୟାଗ୍‌, ସ୍ପୋର୍ଟ ଜୋତା ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ । ଲୋକମାନଙ୍କୁ ସୁଲଭମୂଲ୍ୟରେ ବିଶ୍ୱସ୍ତରୀୟ ଜୋତା ଏବଂ ଚମଡ଼ା କାରୁକାର୍ଯ୍ୟ ସମ୍ପନ୍ନ ହାତବ୍ୟାଗ୍ ଦେବା ଉଦ୍ଦେଶ୍ୟରେ ୧୯୫୨ ମସିହାରେ ‘ଶ୍ରୀଲେଦର୍ସ’ ସ୍ଥାପନା କରାଯାଇଥିଲା ।

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେଶ ଚନ୍ଦ୍ର ଦେ ଦେଶବାସୀଙ୍କୁ ଅପେକ୍ଷାକୃତ ସ୍ୱଳ୍ପ ମୂଲ୍ୟରେ ଆରାମଦାୟକ ଜୋତା ବ୍ୟବହାର କରିବା ଉଦ୍ଦେଶ୍ୟ ରଖି ଏହି ବ୍ୟବସାୟ ଆରମ୍ଭ କରିଥିଲେ । ‘ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟୀକରଣ’ ସଫଳତା ସୂତ୍ର ଆଧାରରେ ସମସ୍ତ ବର୍ଗର ଗ୍ରାହକଙ୍କୁ ଆରାମଦାୟକ ଷ୍ଟାଇଲିସ୍ ଜୋତା, ବ୍ୟାଗ୍‌, ନିତ୍ୟ ବ୍ୟବହାର୍ଯ୍ୟ ଚମଡ଼ା ସାମଗ୍ରୀ ଯୋଗାଇବାରେ ‘ଶ୍ରୀଲେଦର୍ସ’ ଜୋତା ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆରାମ ଏବଂ ଷ୍ଟାଇଲିସ୍ ବିଭାଗରେ ‘ଏସ୍‌ଏଲ୍ ପ୍ରିମିୟମ’ ହେଉଛି ଏକ ନୂତନ ବର୍ଗ ଯାହାକୁ ଖୁଚୁରା ଏବଂ ଅନ୍‌ଲାଇନ୍ ଗ୍ରାହକମାନଙ୍କଠାରୁ ବେଶ୍‌ ଭଲ ଫିଡ୍‌ବ୍ୟାକ୍ ମିଳିଛି । ଏହି ପରିପ୍ରେକ୍ଷୀରେ ଶ୍ରୀଲେଦର୍ସର ଅଂଶୀଦାର ଶ୍ରୀ ଶେଖର ଦେ କହିଛନ୍ତି ଯେ, ‘ପ୍ରତ୍ୟେକ ନୂତନ ଡିଜାଇନ୍ ଏବଂ ବିଭିନ୍ନ ବର୍ଗର ଉତ୍ପାଦ ପ୍ରଥମେ ଆମ ଶୋ’ରୁମକୁ ଆସିଥାଏ ।

ଏହାର ଗୁଣବତ୍ତା ଏବଂ ଗ୍ରାହକଙ୍କ ଗ୍ରହଣୀୟତା ବିଷୟରେ ନିଶ୍ଚିତ ହେବା ପରେ ହିଁ ଆମେ ଏହାକୁ ଆମର ଅନ୍ୟାନ୍ୟ ଫ୍ରାଞ୍ଚାଇଜ୍‌ରେ ବଣ୍ଟନ କରୁ ।’ ଗ୍ରାହକଙ୍କ ଦୃଢ ବିଶ୍ୱାସଭାଜନ ହୋଇପାରିଥିବା ଶ୍ରୀଲେଦର୍ସର ସର୍ବପୁରାତନ ଶୋ’ରୁମ ଜାମସେଦପୁରଠାରେ ରହିଛି । ଗ୍ରାହକଙ୍କ ବିଶ୍ୱସ୍ତତା ପାଇଁ ବେଶ୍ ଗର୍ବିତ ଥିବା ଏହି ବ୍ରାଣ୍ଡ ଗତ ୨ ପିଢି ଧରି ନିଜର ଗ୍ରାହକଙ୍କ ସହ ଏହି ସଂଯୋଗ ବଜାୟ ରଖିପାରିଛି । ଭାରତର ବିଭିନ୍ନ ସ୍ଥାନରେ ଶ୍ରୀଲେଦର୍ସର ଫ୍ରାଞ୍ଚାଇଜ୍ ଖୋଲିବା ରଣନୀତି ହିଁ ଏହି ବ୍ରାଣ୍ଡର ସଫଳତାର ମୂଳମନ୍ତ୍ର । ବ୍ରାଣ୍ଡର ଭବିଷ୍ୟତ ବିଷୟରେ ଅଭିବ୍ୟକ୍ତି ପ୍ରକାଶ କରି ପରିବାରର ୩ୟ ପିଢି ତଥା ଅଂଶୀଦାର ଶ୍ରୀ ସୁଶାନ୍ତୋ ଦେ କହିଛନ୍ତି ଯେ,

‘ବର୍ତ୍ତମାନ ଆମେ କ୍ରୀଡ଼ା ଭିତ୍ତିକ ଜୋତା ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ । ପୃଥକ ଭାବେ ବିଭିନ୍ନ କ୍ରୀଡ଼ାର ରୂପରେଖ ଅନୁଯାୟୀ ବ୍ୟାଡମିଣ୍ଟନ, ଭଲିବଲ୍ ଏବଂ ବାସ୍କେଟବଲ ଭଳି କ୍ରୀଡ଼ା ପାଇଁ ଜୋତା ଉପଲବ୍ଧ କରାଇବା ପାଇଁ ଯୋଜନା ରଖିଛୁ । ଜୋତାର ଗୁଣବତ୍ତା ବିଶ୍ୱସ୍ତରୀୟ ହେବା ସହ ଏହାର ମୂଲ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ହେବ ।’ ଏହି ସମସ୍ତ କ୍ରୀଡ଼ା ଭିତ୍ତିକ ଜୋତା ଏସ୍‌ଏଲ୍ ସ୍ପୋର୍ଟସ ବ୍ରାଣ୍ଡରେ ବିକ୍ରି ହୋଇଥାଏ । ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ନୂତନ ଷ୍ଟୋର ଖୋଲିବା ପାଇଁ ଏହି ବ୍ରାଣ୍ଡର ଯୋଜନା ରହିଥିବା ବେଳେ ଫ୍ରାଞ୍ଚାଇଜ୍ ଭାଗିଦାରୀକୁ ମଜଭୁତ କରିବା ଦିଗରେ ଏହା କାର୍ଯ୍ୟ କରୁଛି ।