ବୈରୀ ଥାନା ଅଞ୍ଚଳରେ ପୁଲିସ ଓ ସିଆରପିଏଫ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ

୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଡଚଣା  :-> ଆସନ୍ତା ସାଧାରଣ ନିର୍ବାଚନକୁ ପରିପେକ୍ଷୀରେ ବଡଚଣା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ଶନିବାର ଅପରାହ୍ନ ୩ଟା ବୈରୀ ଥାନାର ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚ ଛତିଆ, ନେଳୀଆ, ଚମ୍ପାପୁର, ବୈରୀ, ବନ୍ତଳା, କାଇମାଟିଆ, ଶାଳପଡ଼ା, ସୋଲର, ସମିଆଁ ଓ ପାରିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ହୋଇଥିବା ଜଣାପଡିଛି ।

ଏହି କାର୍ଯ୍ୟକ୍ରମରେ ବୈରୀ ଥାନା ଅଧିକାରୀ ଶରତଚନ୍ଦ୍ର ନାୟକ, ଛତିଆ ବିଟ୍ ହାଉସ ଅଧିକାରୀ ମହେନ୍ଦ୍ର କୁମାର ସେଠୀ, ଏସ୍ ଅଇ ସ୍ନେହଲତା ଗିରି, ସଂଗ୍ରାମ କେଶରୀ ରାଉତ ଏଏସଆଇ ଅକ୍ଷୟ କୁମାର ବେହେରା , ସିଆରପିଏଫର ଇନିସପେକ୍ଟର ବିନୟ କୁମାରଙ୍କ ନେତୃତ୍ଵରେ ଅଧିକାରୀ ମାନେ ସାମିଲ ହୋଇଥିଲେ।

ସିଆରପିଏଫର ସଶସ୍ତ୍ର ଜବାନ ଫ୍ଲାଗମାର୍ଚ୍ଚ କରିଥିଲେ । ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳାରେ ନିରପେକ୍ଷ ସହିତ ପରିଚାଳନା କରିବା କ୍ଷେତ୍ରରେ ପୁଲିସ ଓ ସୁରକ୍ଷା ବାହିନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।