୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଜଣ ମୃତ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି

୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଡ଼ଚଣା :-> ଶନିବାର ସକାଳ ୧୦ ଘଟିକା ସମୟରେ ୧୬ନଂ ଜାତୀୟ ରାଜପଥର ବଡଚଣା ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମୁଖରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଘଟଣାରୁ ପ୍ରକାଶ ଯେ ବଡଚଣା ଗ୍ରାମର ଡାକ୍ତର ସତ୍ୟଜିତ ଦାସ ନିଜ ମଟରସାଇକେଲ ଯୋଗେ ଶକୁନ୍ତଳା ସେଠୀ କୁ ନେଇ କଡେଇ ଛକ ଠାରେ ଥିବା ନିଜ କ୍ଲିନିକ ଅଭିମୁଖେ ଯାଉଥିବା ବେଳେ

ପଛରୁ ଦୃତବେଗରେ ଏକ ଗ୍ଯାସ ବୋଝାଇ ଟ୍ରଙ୍କର ଆସି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଶକୁନ୍ତଳା ସେଠୀ ମୃତ୍ୟୁ ବରଣ କରିଥିବା ବେଳେ ସତ୍ଯଜିତ୍ କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।

ଘଟଣା ସ୍ଥଳରେ ବଡ଼ଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ପହଞ୍ଚି ମୃତ ଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି ।ଦୃଘଟଣା ଘଟାଇ ଫେରାର ଥିବା ଟ୍ଯାଙ୍କରକୁ ଛତିଆ ବିଟ୍ ହାଉସ ଅଧିକାରୀ ମହେନ୍ଦ୍ର କୁମାର ସେଠୀ ଛତିଆ ଠାରେ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି।