ମାଲକାନଗିରି : ବିଶ୍ବ ଵନ ଦିଵସ ପାଳିତ

୨ ୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ବ ବନ ଦିବସରେ ସହକାରୀ ବନ ସଂରକ୍ଷକ ମନସୁନ୍ ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲୀ ଅଂଶ ଗ୍ରହଣ କରିଥିବା ବେଳେ ଜିଲ୍ଲାର ୭ଟି ଵନାଞ୍ଚଳ ଅଧିକାରୀ, ସମସ୍ତ ଵନପାଳ, ବନରକ୍ଷୀ ସବୁଜ ବାହୀନିର ମାଷ୍ଟର ଟ୍ରେନର , ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

ପ୍ରାରମ୍ଭରେ ମାଲକାନଗିରି ଜିଲ୍ଲାର ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ରକ୍ଷା କରିବା, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ବିକାଶ, ବନ୍ୟଜନ୍ତୁ ଶିକାର ରୋକିବା, ବନ ସଂରକ୍ଷଣ ମାଧ୍ୟମରେ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି, ପରିବେଶ ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ସମସ୍ତ ବନ କର୍ମଚାରୀ ନିଷ୍ଠାର ସହ କର୍ତ୍ତବ୍ୟ କରିବା ସହ ଜଙ୍ଗଲର ଅଭିବୃଦ୍ଧି ଏବଂ ପରିବେଶର ସୁରକ୍ଷାରେ ନିଜକୁ ନିୟୋଜିତ କରିବା ପାଇଁ ଡିଏଫଓ ଶ୍ରୀ ପ୍ରତାପ କତାପାଲୀ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ ପାଇଁ ଵନପାଳ ଦେବାଶିଷ ପ୍ରଧାନ, ବନରକ୍ଷୀ ଲକ୍ଷ୍ମୀ କବାସୀ, ଦେବନାଥ ସାହୁ, ଚାରା ରୋପଣ ଚୈ।କିଦାର ପ୍ରଦୀପ ମାଝିଙ୍କୁ ଉପଢ଼ୌକନ, ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଜଙ୍ଗଲ ସୁରକ୍ଷା ଉତ୍ତମ ପଦକ୍ଷେପ ନେଇଥିବାରୁ ପେଦାଵାଡା ସରପଞ୍ଚ ବନିତା କୁରୁମିଙ୍କୁ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସେହିପରି ଜଙ୍ଗଲ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଡ଼ିଆ, ଦୁର୍ମାଗୁଡା, ପାହାଡାଗୁଡା, ମୁରିଆପଲ୍ଲୀ, ଵନ୍ଦଗୁଡା, ମାରିବାଡା ଓ ସୁନାବେଡା ଗ୍ରାମର ବନ ସଂରକ୍ଷଣ ସମିତିକୁ ପୁରସ୍କୃତ କରାଯାଇଥିଲା ।