ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆରେ ମହା ସମାରୋହରେ ପାଳିତ ହୋଇଛି – ପ୍ରସିଦ୍ଧ ଛତିଆ ରାଜଦୋଲ ମେଲନ

୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଡଚଣା :-> ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆରେ ମହା ସମାରୋହରେ ପାଳିତ ହୋଇଛି ପ୍ରସିଦ୍ଧ ଛତିଆ ରାଜଦୋଲ ମେଲନ. ସ୍ଥାନୀୟ ଅଞ୍ଚଳର ୩୯ଟି ବିଭାନରେ ପ୍ରଭୁ ଆଣ୍ଠୁଆ ଗୋପାଳ ଝୁଲି ଝୁଲି ଆସି ଆସି ପହଞ୍ଚି ଥିଲେ ମେଲନ ପଡିଆରେ. ଭଜନ କୀର୍ତ୍ତନ ସାଙ୍ଗକୁ ଭକ୍ତଙ୍କ ହୁଲହୁଲି ହରିବୋଲର କମ୍ପି ଥିଲା ସମଗ୍ର ଅଚଲ. ଭଜନ ଜଣାଣରେ ଭକ୍ତଙ୍କ ସହ ନାଚିଥିଲେ ପ୍ରଭୁ ଗୋପିନାଥ. ପ୍ରଭୁ ରାଧାମୋହନ ପ୍ରମିକା ରାଧାକୁ ଦେଖିବା ପାଇଁ ତଥା ଚିହ୍ନିବାକୁ ଏକ ବିଭାନରେ ଘରକୁ ଘର ବୁଲିଥିଲେ ଆଉ ଭୋଗ ଖାଇବା ବାହାନାରେ ଖୋଜିଥିଲେ ରାଧାଙ୍କୁ. ଆଉ ରାଧାକୃଷ୍ଣଙ୍କ ମିଲନ ହୋଇଥିଲା. ଏହି ବିଶ୍ବାସରେ ଚାଲି ଆସିଛି ପ୍ରଭୁ ଦୋଲଗୋବିନ୍ଦକ ଦୋଲଯାତ୍ରା.

ପ୍ରାୟ ୪ଶହ ବର୍ଷ ତଳରୁ ଆରମ୍ଭ ହୋଇଥିଲା ଏହି ଛତିଆ ରାଜଦୋଲ ମେଲନ. ସେତେବେଳେ ଏତେ ଯାକଜକମ ନଥିଲା ଯାତ୍ରାରେ. ତଥାପି ବାଜା ବାନରେ ଦୁଲୁକୁ ଥିଲା ମେଲନ. ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମୁଥିଲା. ଏବେ ସମୟାନୁସାରେ ମେଲନ ପଡିଆ ସାଙ୍ଗକୁ ବିଭାନର ଆଗମନ, ଶ୍ରଦ୍ଧାଳୁଙ୍କ ଭକ୍ତିଭାବ, ଦୋକାନ ବଜାରରେ ଅନେକ ପରିବର୍ତ୍ତନ ହୋଇଛି. ବର୍ତ୍ତମାନ ଛତିଆ ରାଜଦୋଲ ମେଲନ କମିଟି ପକ୍ଷରୁ ରାଜଦୋଲ ମେଲନ ପୂର୍ବରୁ ମେଲନ ପଡିଆ ସଂଲଗ୍ନ ପଡିଆରେ ଜିଲ୍ଲା ପ୍ରଶାସନ ସହାୟତାରେ ଶତାଧିକ ଷ୍ଟଲ ଓ ହସ୍ତଶିଳ୍ପ କାରିଗରୀର ସମାହାର ଦେଖିବାକୁ ମିଳୁଛି. ଲୋକଙ୍କର ଚାହିଦା ମୁତାବକ ମନପସନ୍ଦର ଜିନିଷ ମିଳୁଥିବା ବେଳେ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଛି.

ଆଉ ବିଭାନ ଯାତ୍ରା ଦିନ ଏକତ୍ରିତ ହେଉଛି ଆଖପାଖ ଅଞ୍ଚଳର ୩୯ଟି ବିଭାନ. ଏହି ମେଲନରେ ଶେଷ ୩ଟି ବିଭାନର ଆଗମନ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ. ଯାତ୍ରା ପଡିଆରେ ସମସ୍ତ ସସିଲୋ ବିଭାନ ପହଞ୍ଚିବା ପୂର୍ବରୁ ଶାନ୍ତି ଶୃଙ୍ଖଳାରେ ଅନ୍ୟ ସମସ୍ତ ବିଭାନ ପହଞ୍ଚି ଥାଏ. ଶେଷରେ ଆସିଥାଏ ସସିଲୋ ବିଭାନ ସାଙ୍ଗକୁ ଆଉ ଦୁଇଟି ବିଭାନ. ଏହି ୩ଟି ବିଭାନ ଯାତ୍ରା ପଡିଆକୁ ଖୁବ୍ ଜୋରରେ ଦୌଡି ଦୌଡି ଆସିଥାଏ. ପଡିଆରେ ପହଞ୍ଚି ମାତ୍ର କିଛି ମୁହୁର୍ତ୍ତ ରହନିରେ କମିଟି ପକ୍ଷରୁ ଯଥାବିଧି ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥାଏ.

ଆଉ ତତ୍ କ୍ଷଣାତ୍ ବିଦାୟ ନେଇଥାଏ. କୁହାଯାଏ ସସିଲୋ ବିଭାନ ଟିକିଏ କ୍ରୋଧରେ ଥାଏ. ଏହି ବିଭାନ ରହିଲେ କିଛି ଗଣ୍ଡଗୋଳର ଆଶକା ରହିଥାଏ. ତେଣୁ ଏହି ବିଭାନ ସର୍ବଶେଷରେ ଆସି ତୁରନ୍ତ ବିଦାୟ ନେଇଥାଏ. ପରେ ଅନ୍ୟ ସମସ୍ତ ବିଭାନ ଧିରେ ଧିରେ ବିଦାୟ ନେଇଥାଏ. ଆଉ ଯାତ୍ରା ଶେଷ ହୋଇଥାଏ. ଛତିଆ ରାଜଦୋଲ ମେଲନରେ ସ୍ଥାନୀୟ ୮/୧୦ଟି ମୌଜାର ଲୋକେ ଏକାଠି ହୋଇ ପ୍ରଭୁଙ୍କ ଦର୍ଶନ କରିବା ସହ ଦୋକାନ ବଜାରର ମଜା ନେଇଥାନ୍ତି. ଶାନ୍ତି ଶୃଙ୍ଖଳା ପାଇଁ ମେଲନ କମିଟି, ବୈରୀ ଥାନା ପୋଲିସ, ଛତିଆ ବିଟ୍ ହାଉସ ପୋଲିସ ଓ ସ୍ଥାନୀୟ ଅଂଚଳର ସ୍ବେଛାସେବୀ ସଗଠନ ସହଯୋଗ କରିଥାନ୍ତି.